STORYMIRROR

Kabiratna Nutan Kumar Behera

Tragedy Classics Inspirational

4  

Kabiratna Nutan Kumar Behera

Tragedy Classics Inspirational

ରାମ ଲକ୍ଷ୍ମଣ ସୁଗ୍ରୀବଙ୍କ ମିତ୍ରତା

ରାମ ଲକ୍ଷ୍ମଣ ସୁଗ୍ରୀବଙ୍କ ମିତ୍ରତା

1 min
365


ପଞ୍ଚବଟୀ ଅରଣ୍ୟେ    ବନବାସ କାରଣେ

       ଥିଲେ ରାମ ଲକ୍ଷ୍ମଣ ସୀତା,

ମାୟା ମୃଗର ପଛେ,  ବେନି ଭ୍ରାତା ଯେ ମିଛେ

        ଧାଇଁ ଗଲେ ବହୁ ଦୂରତା

    ଦୁଷ୍ଟ ରାବଣ, ମାୟାରେ ପକାଇଣ ରାଣ,

କହିଲେ ଧର୍ମବାଣୀ    ଭୁଲିଲେ ସୀତା ଶୁଣି

       କରି ନେଲା ତାଙ୍କୁ ହରଣ।

               

ନ ପାଇ ଜାନକୀଙ୍କୁ    ପୁଛିଲେ ସମସ୍ତଙ୍କୁ

        ଜଟାୟୁ ଦେଲା ଦୁଃସମ୍ବାଦ,

ରାବଣ ଶୂନ୍ୟ ମାର୍ଗେ  ଉଡ଼ାଇ ନେଲା ବେଗେ     

         ହେଲି ଆହତ କରି ବାଦ

  ହେ ରଘୁବୀର, ସେ ଯେ ରାବଣ ଲଙ୍କେଶ୍ବର,

ଉଦ୍ଧାର କର ଯାଇ   ସାଥୀରେ ବେନି ଭାଇ

       ବିଳାପେ ମାତା ଯେ ଅସ୍ଥିର।

              

ଘୋର ବନରେ ଭ୍ରମି  ଦେବର ସାଥେ ସ୍ଵାମୀ

      ଖୋଜି ନ ପାଇ ହେଲେ ବ୍ୟସ୍ତ,

ଋଷ୍ୟମୂକ ପର୍ବତେ    ସୁଗ୍ରୀବ ବିତାଡ଼ିତେ

       ଥିଲେ ସେ ହୋଇ ଭୀତତ୍ରସ୍ତ

  ସେ ମହାବଳୀ,ରାଜ୍ୟୁ ତଡ଼ି ଦେଇଛି ବାଳୀ, 

ଆସି ନ ପାରେ ଏଥି   ସେ ଅଭିଶପ୍ତ ରଥୀ

       ଭାଇ ଭାଇ ମଧ୍ୟରେ କଳି।

             

ଭାର୍ଯ୍ୟାକୁ ମୋ ଛଡ଼ାଇ  ହୋଇଛି ସେ ବଇରି

       ଦୁଃଖେ ଅଛି ମୁଁ ମୃତ ପ୍ରାୟେ,

ପାରେନା ସାଥେ ଜୁଝି   କି ତାର ମାୟା ବୁଝି

       ଏଠି ଛପି ରହିଛି ଭୟେ

  ହେ ବୀରଶ୍ରେଷ୍ଠ ,ପାଉଛି ମୁଁ ବହୁତ କଷ୍ଟ ,

କରୁଣାକର ମୋତେ  ପ୍ରାଣେ ରଖି ଜୀବିତେ 

     ବାଳୀ ନ କରୁ ମୋ ଅନିଷ୍ଟ।

            

ଶୁଣି ସୁଗ୍ରୀବ କଥା    ବର୍ଣ୍ଣିଲେ ରାମ ଗାଥା

      ବେନି ଜନଙ୍କ ଏକ ଯଶା,

ଆସିଛି ବନବାସେ   ପିତାଙ୍କର ଆଦେଶେ

       ହରାଇ ସୀତା ଏ ଦୁର୍ଦ୍ଦଶା

  କି ଦୁଃସମୟ, କ୍ଷତ ବିକ୍ଷତ ଯେ ହୃଦୟ,

ଉପାୟ କରି ଚିନ୍ତା   ହେବା ଭାଗ୍ୟ ନିୟନ୍ତା

       ହେ ମିତ ହୁଅନା ଅଥୟ।

            

ସମ ଦୁଃଖେ ଦୁଃଖିତ   ରାମ ସୁଗ୍ରୀବେ ପ୍ରୀତ 

      ହୋଇ କଲେ ଦୁହେଁ ମିତ୍ରତା,

ଅନୁଜ ଲକ୍ଷ୍ମଣଙ୍କୁ     ଚିହ୍ନାଇ ସୁଗ୍ରୀବଙ୍କୁ

      ପରସ୍ପରେ କଲେ ବାରତା

  ଦେଇ ସାନ୍ତ୍ଵନା, କହିଲେ ଘୁଞ୍ଚିବ ଯାତନା,

ବାଳୀକୁ କରି ବଧ    କରିବେ ସେ ଅବାଧ

       ମନେ ନ କର ଦୁର୍ଭାବନା।

            

ଛେଦିଣ ସପ୍ତଶାଳ    ବାଳୀ ନିଧନେ କାଳ

      ଦୂର କଲେ ପ୍ରଭୁ ଶ୍ରୀରାମ,

ସୁଗ୍ରୀବ ସାଥେ ସର୍ବେ   ବନ୍ଧୁତା ରଖି ଭାବେ

      ଦେଖାଇଲେ ଯେ ପରାକ୍ରମ

  ରାବଣ ମାରି, ସୀତାଙ୍କୁ ଆଣିଲେ ଉଦ୍ଧାରି,

ମିତ୍ରତାର ସୁଯଶ     କଲେ ପରିପ୍ରକାଶ

      ରାମ ସୁଗ୍ରୀବ ହୃଦେ ଧରି।

            

ସୁଗ୍ରୀବ ହନୁମାନ     ଭକ୍ତଭାବେ ଅନନ୍ୟ

      ଯୁଗେ ଯୁଗେ ଲଭିଲେ କୃପା,

ପ୍ରଭୁଙ୍କର ସାନ୍ନିଧ୍ୟ    ପାଇ ହୋଇଲେ ସିଦ୍ଧ

      ମନେ ପୂର୍ଣ୍ଣ ହେଲା ଅଭିପ୍ସା

  ରାମ ଲକ୍ଷ୍ମଣ,ସାରା ଜଗତେ ଆର୍ତ୍ତତ୍ରାଣ,

ମାନବର ଲୀଳାରେ   ହିତ କଲେ ସଂସାରେ

      ଭକ୍ତ ହୃଦୟର ସେ ପ୍ରାଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy