STORYMIRROR

Surjyakanta Dash

Inspirational

3  

Surjyakanta Dash

Inspirational

ରାକ୍ଷୀ

ରାକ୍ଷୀ

1 min
96


ରାକ୍ଷୀ ତ ଆସିଛି ଖୁସିକୁ ଆଣିଛି

ସଜେଇ ହେବ ମୋ ଭଉଣୀ

ସଜବାଜ ହୋଇ ରାକ୍ଷୀ ମିଠା

ଧରିବାନ୍ଧିବ ହାତେ ମୋ ଫୁଲେଇ ରାଣୀ ।୧।

ଦୀପ ଥାଳି ଧରି ବନ୍ଦେଇଲା ବେଳେ

ଗୁଣୁ ଗୁଣୁ ହୋଇ କହି ଯିବ

ଏଇ ରେଶମି ସୁତାର ମହତ ରଖିବ

ସୁନା ନାକିକୁ ତୁମ ନ ଭୁଲି ଯିବ ।୨।

ବଚନରେ ବନ୍ଧା ଭଉଣୀ ଶ୍ରଦ୍ଧାରେ

ବାନ୍ଧି ହୋଇଯିବ ଭାଇ

ପ୍ରାର୍ଥନା କରିବ ଠାକୁରଙ୍କୁ ଯାଇ

ଭଉଣୀକୁ ଦୁଃଖ ନ ଦେବା ପାଇଁ ।୩।

ଭାଇ ଭଉଣୀର ସମ୍ପର୍କର ଡୋରି

ବନ୍ଧା ଥାଏ ସେଇ ରାକ୍ଷୀରେ

ସାତରଙ୍ଗ ସେହି ରେଶମୀ ସୂତାଟା

ବାନ୍ଧିଥାଏ ଭଉଣୀ ଭାଇ ହାତରେ ।୪।

ଆଜି ପୁଣି ସେଇ ରାକ୍ଷୀର ପୁନେଇ

ଆସିଛି ଶ୍ରାବଣ ଧାରେ

ସ୍ନେହ ଓ ଶ୍ରଦ୍ଧାର ବନ୍ଧନ ତ ଇଏ

ସବୁଠୁ ଶ୍ରେଷ୍ଠ ଦୁନିଆରେ ।୫।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational