ରାକ୍ଷୀ
ରାକ୍ଷୀ
ଭିନ୍ନ ଭିନ୍ନ ରଙ୍ଗ ବେରଙ୍ଗ
ମମତା ଅଭିର୍ଣ୍ଣ
ମନର ଅବଚେତନ ଭିତରେ
ଭାଇ ପାଇଁ ଭଉଣୀର
ଭଉଣୀ ପାଇଁ ଭାଇର ସମ୍ମୋହନ
ରାକ୍ଷୀ ଏକ ମାଧ୍ୟମ ମାତ୍ର
ସ୍ନେହ ପ୍ରେମ ବାଧା ବନ୍ଧନ
ତୁ ଯୋଉଠି ଥା ଭାଇ ମୋର
ଭଲରେ ଥା ଭଉଣୀର ପ୍ରାର୍ଥନା ନିରନ୍ତର
ଚନ୍ଦନ ସିନ୍ଦୁର ଅଗରୁ କେତେ ମାତର
ବୁଝିବାକୁ ଦୁହିଁଙ୍କ ହୃଦୟ ଭିତର ବାହାର
ନୀରବତାର ଅନେକ କଥା
ଶବ୍ଦ ସବୁ ଝରୁଥାଏ କବିତାର ନଥା
ପୁଣି କେବେ ଲକ୍ଷ୍ମଣଗାର
କେବେ ତଅପୋଇ ମନୋସ୍କାମନା ଅପାର
ସୁଭଦ୍ରାଙ୍କ ସ୍ନେହ ଶ୍ରଦ୍ଧା ଭକ୍ତି ବେଭାର
ରାକ୍ଷୀ ଆଣେ ଉତ୍ସବ ଘରେ ଘରେ
ଗୋମାତାଙ୍କ ପୂଜା ଗମ୍ହାପୂର୍ଣ୍ଣମୀ ଢଙ୍ଗରେ
ବଳଭଦ୍ରଙ୍କ ଜନ୍ମ ପୁନରାବୃତ୍ତିରେ
ଲକ୍ଷ୍ମୀ ମହାମାୟୀଙ୍କ ଷଠିଘରେ
ରାକ୍ଷୀ ଅଢେଇ ଅକ୍ଷର ପ୍ରଶାନ୍ତି ଭିତରେ
ଭାଇର ଗଇଁଠିଆଳ ଫିଟା
ଭଉଣୀର ସ୍ବପ୍ନ ମିଠା ମିଠା
ପିଲାଦିନ ଅଝଟ ଅଇଁଠା
ଆଜି ମାଗେ ମୂଲ କାହିଁ ମୋ ରାକ୍ଷୀଟା
ଭଉଣୀ କଥାର ମଧୁ ଦେ ମୋ ଭାଗଟା ।
