STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ରାକ୍ଷୀ

ରାକ୍ଷୀ

1 min
198


ଭିନ୍ନ ଭିନ୍ନ ରଙ୍ଗ ବେରଙ୍ଗ

ମମତା ଅଭିର୍ଣ୍ଣ

ମନର ଅବଚେତନ ଭିତରେ

ଭାଇ ପାଇଁ ଭଉଣୀର

ଭଉଣୀ ପାଇଁ ଭାଇର ସମ୍ମୋହନ

ରାକ୍ଷୀ ଏକ ମାଧ୍ୟମ ମାତ୍ର

ସ୍ନେହ ପ୍ରେମ ବାଧା ବନ୍ଧନ

ତୁ ଯୋଉଠି ଥା ଭାଇ ମୋର

ଭଲରେ ଥା ଭଉଣୀର ପ୍ରାର୍ଥନା ନିରନ୍ତର

ଚନ୍ଦନ ସିନ୍ଦୁର ଅଗରୁ କେତେ ମାତର

ବୁଝିବାକୁ ଦୁହିଁଙ୍କ ହୃଦୟ ଭିତର ବାହାର

ନୀରବତାର ଅନେକ କଥା

ଶବ୍ଦ ସବୁ ଝରୁଥାଏ କବିତାର ନଥା

ପୁଣି କେବେ ଲକ୍ଷ୍ମଣଗାର

କେବେ ତଅପୋଇ ମନୋସ୍କାମନା ଅପାର

ସୁଭଦ୍ରାଙ୍କ ସ୍ନେହ ଶ୍ରଦ୍ଧା ଭକ୍ତି ବେଭାର

ରାକ୍ଷୀ ଆଣେ ଉତ୍ସବ ଘରେ ଘରେ

ଗୋମାତାଙ୍କ ପୂଜା ଗମ୍ହାପୂର୍ଣ୍ଣମୀ ଢଙ୍ଗରେ

ବଳଭଦ୍ରଙ୍କ ଜନ୍ମ ପୁନରାବୃତ୍ତିରେ

ଲକ୍ଷ୍ମୀ ମହାମାୟୀଙ୍କ ଷଠିଘରେ

ରାକ୍ଷୀ ଅଢେଇ ଅକ୍ଷର ପ୍ରଶାନ୍ତି ଭିତରେ

ଭାଇର ଗଇଁଠିଆଳ ଫିଟା

ଭଉଣୀର ସ୍ବପ୍ନ ମିଠା ମିଠା

ପିଲାଦିନ ଅଝଟ ଅଇଁଠା

ଆଜି ମାଗେ ମୂଲ କାହିଁ ମୋ ରାକ୍ଷୀଟା

ଭଉଣୀ କଥାର ମଧୁ ଦେ ମୋ ଭାଗଟା ।


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract