STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ରାକ୍ଷୀ

ରାକ୍ଷୀ

1 min
226


ରାକ୍ଷୀ ଭଳି ରଙ୍ଗୀନ,

ମନଲୋଭା ,ନିଜର ବୋଲି ଭାବିନେବା

ସମ୍ପର୍କ ଭାଇ ଭଉଣୀର

କିଛି ଧରା ବନ୍ଧା ନଥାଏ

ଭାଇ ତ ଭଉଣୀ ର

ଭଉଣୀ ତ ଭାଇର

ବାସ କଥା ଶେଷ ......... ।।


ମନେ ପକେଇ ଦବାକୁ ହୁଏ 

ସମ୍ପର୍କର ପଦ ମର୍ଯ୍ୟାଦା,

ରାକ୍ଷୀ ବାନ୍ଧି,ବନ୍ଧନରେ ଛନ୍ଦି

ଠାକୁରଙ୍କୁ ଶୁଭ ମନାସି ...... ।।


ମୋ ଭାଇକୁ ଭଲରେ ରଖ,

ଯୋଉଠି ରହୁ ଯେମିତି ରହୁ

ଖୁସିରେ ରହୁ,

ଦୁଃଖରେ ସୁଖରେ ଭଉଣୀଟେ ଅଛି ବୋଲି

ଯେମିତି ପାଶୋରି ନଦେଉ .......... ।।


ଭାଇ ଭଉଣୀ ସମ୍ପର୍କ

ଯେମିତି ବର୍ଷାରେ ବୈଭବ ଆସେ

ଶୁଖିଲା ଓଠ ଧାରେ ପରିତୃପ୍ତିର ହସ ଖେଳେ

ଲାଭ କ୍ଷତିର ଶୂନ୍ୟ ହିସାବ ନିକାଶ ....... ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational