STORYMIRROR

Prabhanjana Tripathy

Tragedy

3  

Prabhanjana Tripathy

Tragedy

ରାକ୍ଷୀ

ରାକ୍ଷୀ

1 min
507


ସାତ ଜନ୍ମରେ ତୁ ଥିଲୁ ମୋର ସଖା

ଏ ଜନ୍ମେ ମୁଁ ତୋର ଭାଇ

ଧିକ ମୋ ଜନ୍ମ ଆଜି ଶୁଭ ବେଳେ

ମୋ ହାତରେ ରାକ୍ଷୀ ନାହିଁ ll


ମୁକ୍ତି ନାହିଁ କି ଯୁକ୍ତି ନାହିଁ "ମୋ"

ପାପି ଜୀବନର ଅନ୍ତରେ ବ୍ୟଥା

ତୁ ଶାଶୁ ଘରେ ମୁଁ ବି ବ୍ୟସ୍ତରେ

ଏ ଘଞ୍ଚ ମାନବ ଅରଣ୍ୟେ ପ୍ରଥା ll


ମା'ପେଟୁ ଯେବେ ଜନ୍ମ ଏକ ଗଣ୍ଡେ

ତୁ ସାତ ଭାଇରେ ଅନନ୍ୟା ଝିଅ

ଆଜି ତୋ ହାତୁ ରାକ୍ଷୀ ବନ୍ଧେଇବ

ରେଶମ ରେ ଗଢ଼ା ଖଣ୍ଡିଏ ଖିଅ ll


କି ହତଭାଗା ହୀନ କପାଳିଆ

କେହି" ଭଉଣୀ ମୋ ବାନ୍ଧିନି ରାକ୍ଷୀ

କେବଳ ଭାବରେ ସେନେହ ବଖାଣି

ସତ୍ୟ ସମ୍ପର୍କରେ ମିଥ୍ୟା ସାକ୍ଷୀ ll


ମଥାରେ ସିନ୍ଦୂର ଦେହେ ବତୀ ଦେଇ

ହଳଦୀ ଚାଉଳ ପକାଇ ମୁଣ୍ଡେ

ହାତେ ରାକ୍ଷୀ ବାନ୍ଧିକେହି ନାହିଁ ଆଜି

କହିମିଠା ଖଣ୍ଡେ ପାଇନି ତୁଣ୍ଡେ ll


ମର୍ତ୍ୟ ମଣ୍ଡଳେ ପୁନର୍ଜନ୍ମ ମତେ

ଆଉ କୋଉ କୋଳେ ନ କର ପୁଅ

ଯଦି ଜନ୍ମ ଦେବୁ କନ୍ୟା ରୂପେ ଦେ

ଭାଇ କରି ମତେ ଦେଏନା ଲୁହ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy