The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sahadev Behera

Classics

3  

Sahadev Behera

Classics

ରାକ୍ଷୀ

ରାକ୍ଷୀ

1 min
50



ସ୍ନେହର ଅମୃତ ବାରିଧାରା ଟିଏ 

    ଝରେ ଯୁଗ ଯୁଗ ଧରି 

ଭଉଣୀ ଭାଇର ଏ ରକ୍ଷା ବନ୍ଧନ 

    ପବିତ୍ର ସମ୍ପର୍କ ଡୋରି ll 1

ଭାଇ ହାତେ ରକ୍ଷୀ  ଭଉଣୀ ବାନ୍ଧଇ  

     ମନାସେ ସୁରକ୍ଷା ତା'ର

ଦୁଃଖ ଶୋକ ଅବା ବିପଦ ଆସିଲେ 

     କରିବନି କେବେ ଦୂର ll 2

ସାତ ସମୁଦର ତେର ନଈ ପାରି 

    ଯାଏ ଯେବେ ଶାଶୁଘର 

 ମନରେ କେବେବି  ନ ଭାବିବ ଭାଇ 

     କାହିଁ ଯିବି ଏତେ ଦୂର ll 3

ଭାଇ ତାର ବଳ  ଭାଇ ତା ସକଳ 

     ଭାଇ ନ ଦିଅଇ କ୍ଳେଶ 

ସ୍ନେହ ବନ୍ଧନରେ ବାନ୍ଧି ରଖି ଥାଏ 

    ନ କରଇ ଇର୍ଷା ଦ୍ବେଷ ll 4

ଆଜି ଏ ପବିତ୍ର  ରକ୍ଷା ବନ୍ଧନରେ 

    ରାକ୍ଷୀ ବାନ୍ଧି ଦିଏ ରାଣ 

ଭାଇ ତା ଜୀବନ ସୁରକ୍ଷା କବଚ 

     ରଖିବ ଭଉଣୀ ପଣ ll 5

   

      


     


Rate this content
Log in

Similar oriya poem from Classics