STORYMIRROR

Gyanendriya Dash

Inspirational Children

3  

Gyanendriya Dash

Inspirational Children

ରାକ୍ଷୀ ରହିବ ସାକ୍ଷୀ

ରାକ୍ଷୀ ରହିବ ସାକ୍ଷୀ

1 min
138


ମୋ ଭାଇ ହାତରେ ବାନ୍ଧିବି ରାକ୍ଷୀ ମୁଁ

ଆସୁଅଛି ଶୁଭଦିନ,

ବରଷକେ ଥରେ କେଡ଼େ ସରାଗରେ

ଅପେକ୍ଷା ରକ୍ଷା ବନ୍ଧନ ।।

ଭାଇ ଭଉଣୀର ପବିତ୍ର ସମ୍ପର୍କ

ଆଣେ ଏ ରକ୍ଷା କବଚ,

ଭଉଣୀର ସବୁ ଇଚ୍ଛାକୁ ପୂରଣ

କରୁଥିବ ବର୍ଷ ଯାକ ।।

କୁନି ଭଉଣୀକୁ ସୁରକ୍ଷା ପ୍ରଦାନ

କରିବାକୁ ଭାଇ ମୋର,

ବର୍ଷସାରା ସତେ ଜାଗ୍ରତ ପ୍ରହରୀ

ରହିଛି କେତେ ତତ୍ପର ।।

ଯେତେ ଦୂରେ ଥିଲେ ମଧ୍ୟ ଭାଇମାନେ

ଦଉଡ଼ି ଆସନ୍ତି ଘର,

ଭଉଣୀଠୁଁ ରାକ୍ଷୀ ବାନ୍ଧି ହେବାପାଇଁ

ମୁହୂର୍ତ୍ତଟି ମନୋହର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational