ରାକ୍ଷୀ ପୂର୍ଣ୍ଣମୀ
ରାକ୍ଷୀ ପୂର୍ଣ୍ଣମୀ
ପୂର୍ଣ୍ଣମୀର ଚାନ୍ଦରେ ମଣିଷ
ପୃଥିରେ ଭାଇ ଭଉଣୀଙ୍କ ହସ
ଚାନ୍ଦ ପରି ଭାଇ ଆଉ ଭଉଣୀ ଚାନ୍ଦିନୀ
ଏ କଥା ଅଛି ଥିଲା ଥିବ
ଚାନ୍ଦ ହେଉ ଯେଉଁ ଗ୍ରହ କି ନକ୍ଷେତ୍ର
ଚନ୍ଦ୍ରରେ ପହଞ୍ଚୁ ଯେବେବି ମଣିଷ
ଲାଗୁ ଦିନ ମାସ ବର୍ଷ ଯେତେ ବି ବିଶେଷ୍ୟ
ଭାଇ କିନ୍ତୁ ଭଉଣୀର ଚାନ୍ଦ ଆଉ ଭଉଣୀ
ପୂର୍ଣ୍ଣମୀ ନିଶ୍ଚୟ ଦୂରେଇ ଉଆଁସ
ଆକାଶ ଉଆସରେ ମଣିଷ କରୁ ଯେତେ ରାସ୍ତା
ଉଡାଜାହାଜ ହେଲିକେପ୍ଟର କରୁ ଯେତେ ଯାତ୍ରା
ଭାଇ ପାଇଁ ଭାଇ ଜୀଉନ୍ତିଆ ଓଷା
ଖୁଦୁରୁକୁଣୀ କରିବାର ନିଶା
ରାକ୍ଷୀ ବନ୍ଧନ ଆସୁଥିବ ନେଇ ନୂଆ ଆଶା
ଭାଇ ମୋର ଚାନ୍ଦ ପରି
ମୁଣ୍ଡେ ମୁକୁଟ ସୁନାଝରି
ଭଉଣୀର ନିଶ୍ୱାସ ବିଶ୍ୱାସ ଭରସା
ଚାନ୍ଦ ପରି ପୂର୍ଣ୍ଣମୀ ଆକାଶେ
ଜହ୍ନ ପରି ମାମୁଁଘର ପାଶେ
ରାକ୍ଷୀରେ ଜହ୍ନ ଉଇଁବ ଆକାଶ ଉଆସେ
ମେଘ ପରି ମୁହଁ ଭାରି କରିଥିବା
ଭଉଣୀର ଫେଡ଼ିବାକୁ ତୃଷ୍ନା ଆଉ ତୃଷା
ଯେହେତୁ ଚନ୍ଦ୍ରମା ପରି ଭାଇ ହିଁ ଜଲସା ।
