ରାକ୍ଷୀ ପୂର୍ଣ୍ଣିମା
ରାକ୍ଷୀ ପୂର୍ଣ୍ଣିମା
କେତେ ଆଶା ବାନ୍ଧି ଦେଇଥିଲା ସିଏ
ଭାଇଙ୍କ ହାତରେ ତାର
ରାକ୍ଷୀ ବାନ୍ଧିଦେବ ଭକତି ଭାବରେ
ଭାବୁଥିଲା ନିରନ୍ତର।୧
ଠିକଣା ଦିନରେ ଭାଇ ତା ଆସିବ
ଚୀନର ପ୍ରବେଶ ପଥୁ
ନିଜର ଗାଆଁରେ ଭଉଣୀ ପାଖରୁ
ବାନ୍ଧିବ ରାକ୍ଷୀଟା ହାତୁ।୨
କିନ୍ତୁ ତାର ଭାଇ ଆସିଲାନି ଯମା
ଆସିଲା ମରଶରୀର
ଚୀନର ସୈନିକ ବନ୍ଧୁକ ହାତରୁ
ମରିକି ହେଲା ଅମର।୩
ଭଉଣୀର ଆଜି ଦେହ ଆଉ ମନ
ଗରବେ ଫାଟି ପଡୁଛି
ଦେଶ ପାଇଁ ତାର ଭାଇ ଆଜିକାଲି
ଜୀବନକୁ ହାରିଅଛି।୪
ଆଖିରୁ ବୋହିଲା ଆନନ୍ଦର ଲୁହ
ବାନ୍ଧିଲା ଭକତି ଡୋରି
ଯେଉଁ ଡୋରି ପାଇଁ ବାନ୍ଧିବାକୁ ତାର
ହୃଦ ହେଉଥିଲା କୋରି।୫
