STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ରାକ୍ଷୀ ପୁର୍ଣିମା

ରାକ୍ଷୀ ପୁର୍ଣିମା

1 min
290


ଆସିଛି ଆଜି ରାକ୍ଷୀ ପୁର୍ଣିମା

ଭଉଣୀ ସ୍ନେହର ନାହିଁ ସୀମା

ଭାଇ ହାତରେ ଭଗ୍ନି ରାକ୍ଷୀ 

ବାନ୍ଧି ଦିଅଇ

ଭାଇର ମଙ୍ଗଳ ପାଇଁ ନୀତି

ମନାସଇ

ରାକ୍ଷୀର ଡୋରି ରକ୍ଷା କରିବ ଭାଇକୁ

ରାକ୍ଷୀର ପାଉଣାରେ ଭାଇ ରଖିବ

ଭଉଣୀ ର ମାନ କୁ

ଦେବା ନେବା ର ପରଵ ଏ ତ ନୁହଁଇ

ଅତୁଟ ବନ୍ଧନେ ଏଇ ପରଵ ବାନ୍ଧି

ଦିଅଇ

ବଳଦେବ ଏହି ପୁର୍ଣିମାରେ ଅବତାର

ନେଲେ

ଦୃଷ୍ଟଙ୍କୁ ନାସି ସେତ ଭକତକୁ ରକ୍ଷା କଲେ

ଗମ୍ହା ପୁର୍ଣିମା ନାମରେ ଏ ପର୍ବ ପରିଚିତ ଅଟଇ

ଗୋ ମାତା ଙ୍କୁ ହଳ ଲଙ୍ଗଳ କୁ ଏ ପର୍ବ ରେ କୃଷକ ପୂଜଇ

ଶ୍ରାବଣ ମାସରେ ଏହି ଅନ୍ତିମ ଦିନରେ

କାଉଡିଆ ଭାଇ ଜଳ ଲାଗି କରେ

ମହାଦେବ ଙ୍କୁ ଆନନ୍ଦ ମନରେ

ଏହି ଦିନରେ ଜଗନ୍ନାଥ ବଳଭଦ୍ର 

ନୀଳ ହଳଦିଆ ରଙ୍ଗର ପାଟ ସୁତାରେ ରାକ୍ଷୀ ପିନ୍ଧନ୍ତି

ଶ୍ରୀ ମନ୍ଦିରରେ ବଳଦେବ ଙ୍କ ଜନ୍ମ

ଉତ୍ସବ ସେବାୟତ ମାନେ ପାଳନ

କରନ୍ତି

ବଳି ରାଜାକୁ ମହାଲକ୍ଷ୍ମୀ ଆଜିର

ଦିନରେ ରାକ୍ଷୀ ବାନ୍ଧି ଥିଲେ

ବାମନ ରୁପି ବିଷ୍ଣୁ ଙ୍କୁ ନିଜ ଧାମ କୁ

ସାଥେ ଆଣିଥିଲେ

ଜାତି ଧର୍ମ ନିର୍ବିଶେଷ ରେ ସଭିଏଁ

ପରସ୍ପର କୁ ରାକ୍ଷୀ ବାନ୍ଧନ୍ତି

ରାକ୍ଷୀ ବନ୍ଧନ ପବିତ୍ର ବନ୍ଧନ ସାରା ଜଗତ ଜାଣନ୍ତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy