STORYMIRROR

DAYANIDHI BAGARTEE

Abstract Inspirational

2  

DAYANIDHI BAGARTEE

Abstract Inspirational

ରାକ୍ଷୀ ପବିତ୍ର ବନ୍ଧନ

ରାକ୍ଷୀ ପବିତ୍ର ବନ୍ଧନ

1 min
134

ରାକ୍ଷୀ ସେ ତ ପବିତ୍ର ବନ୍ଧନ

      ଭାଇ ପାଇଁ ଭଉଣୀର ଅଜସ୍ର ସମ୍ମାନ

      ଭାଇ ଦିଏ ଭଉଣୀକୁ ସୁରକ୍ଷାର ବଚନ ।


ବହୁ ପୁରାତନ ଅଟଇ

          ଏ ଭାରତ ଇତିହାସ କଥା

ପୁରାଣ ମହାଭାରତେ ଅଛି ରହି

           ରାକ୍ଷୀ ସମ୍ପର୍କର ପବିତ୍ର ଗାଥା ।


ବ୍ରାହ୍ମଣୀ ବେଶେ ଲକ୍ଷ୍ମୀ 

          ଅସୁର ବଳିକୁ ଭେଟିଲେ

 ପବିତ୍ର ଶ୍ରାବଣ ପୂର୍ଣ୍ଣମୀ ତିଥିରେ

         ରାକ୍ଷୀ ବାନ୍ଧି ଭାଇ ବନାଇଲେ ।


ପଣତ କାନି ଚିରି ଦିନେ ଦ୍ରୌପଦୀ ବାନ୍ଧିଥିଲେ

         କୃଷ୍ଣଙ୍କ ରକ୍ତ ଜୁଡୁବୁଡୁ ଆଙ୍ଗୁଳିରେ

ଦେଇଥିଲେ କୃଷ୍ଣଙ୍କୁ ଯେଉଁ ଭଗିନୀ ସ୍ନେହ

        ମହାଭାରତେ ଲେଖା ସ୍ଵର୍ଣ୍ଣ ଅକ୍ଷରରେ।


ସମୟ ଓଲଟିଲା କୁରୁସଭା ହେଲା

       କୌରବେ ବିବସନା ପ୍ରୟାସିଲେ

ବସ୍ତ୍ରଦାନ ଦେଇ କାହ୍ନା

         ସେଇ ଭଗିନୀର ମାନ ରଖିଲେ ।


ଅନୁରୋଧ କରେ ସମାଜକୁ 

         ମୁଁ ଦୟାନିଧି ବାରମ୍ବାର

ସବୁ ଧର୍ମେ ଯଦି ପାଳନ ହେବ ଏ ରାକ୍ଷୀ

    ସତ୍ୟ ହେବ ବଚନ ବିଭିନ୍ନତାରେ ଏକତାର

   ଗର୍ବରେ କହିବା ଆମେତ ସନ୍ତାନ ଭାରତ ମାତାର ।

            ଜୟ ହିନ୍ଦ୍


Rate this content
Log in

Similar oriya poem from Abstract