STORYMIRROR

Pramila Mohanty

Inspirational

4  

Pramila Mohanty

Inspirational

ରାଖି

ରାଖି

1 min
68


ଶ୍ରାବଣ ର ମେଘ ପାଲିଙ୍କି ରେ

ଝୁଲି ଝୁଲି ବରଷା ର

        ଧାରା କୁ ଦୁଲୁକାଇ

ଦେଇ ସଞିତ ଆଶା ନେଇ

   ଆସେ ଶ୍ରାବଣ 

  ଆକାଶ କୁ କରି

     ଆଲୋକ ମୟ

   ଚାନ୍ଦ ଯିବ ଉଇଁ

ଆସିବ ଓଲ୍ଲାଇ

     ରାଖି ପୂର୍ଣିମା

ଭାଇ ଭ ଉଣୀ ର

   ଅନାବିଳ ସେହ୍ନ ମମତାର ରକ୍ଷା ବନ୍ଧନର ଦିନ

  ଏନ୍ତୁଡି ଶାଳରୁ ସୃଷ୍ଟି

  ରକ୍ତ ର ସମ୍ପର୍କ

 ଲୋହୁ ଲୁହର ବନ୍ଧନର ଦିନ

ନିଶଦ୍ଦ ଅନୁଭୂତି କୁ

  ସାଉଁଟି ଅପଲକ

ନୟନେ ବାଣ୍ଟି

 ନେବେ ଭାଇ ଭ ଉଣୀ ଗଣ

ସଜାଡ଼ି ମିଠା ଥାଳ

 ବନ୍ଦାଇ ଦେବେ

ନେଇ ହଳଦୀ ଚାଉଳ

ନେଇ ଝିଲ୍ ମିଲ୍ ରାଖି

ବାନ୍ଧି ଦେବେ

  ଭାଇ ହାତେ

ଜଳାଇ ଘୃତ ଦୀପ

  ମିଠା ଦେବେ ଖୁଆଇ

ଭଗିନୀ କୁ ସକଳ 

ମମତାର ଉପହାର ଦେଇ

ରକ୍ଷା କରିବାର ପ୍ରତିଶ୍ରୃତ

ହୃଦୟ ର ସାଉଁଟା

    ଉପହାର ନେଇ

ଭ ଉଣୀ ଯିବେ 

      ଉଲ୍ଲାସିତ ହୋଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational