STORYMIRROR

Basanti Pattnaik

Comedy Classics

3  

Basanti Pattnaik

Comedy Classics

"ରାଜନୈତିକ ବ୍ୟଙ୍ଗ କବିତା"

"ରାଜନୈତିକ ବ୍ୟଙ୍ଗ କବିତା"

1 min
300


  ହେ ନବୀନା, ଟିକିଏ ପଛକୁ ଅନା

  ଯୋଜନା ର ଧାଡ଼ି ହୋଇଛି ଠିଆ

  ପାଞ୍ଚ ଟଙ୍କାରେ ଖାଇ ଭାତ ଡ଼ାଲମା

  ଓଡ଼ିଶାରେ ବେକାର ହେଉଛି ଆମରି ଟୋକା

  ଟଙ୍କିକିଆ ଚାଉଳର ସୁବିଧା ପାଇ

 କାମ ତ କରୁନି ଅଳସୁଆ ହୋଇ

 କାଳିଆ ଯୋଜନା ଫସର ଫାଟିଗଲା

ମଧ୍ୟମା ସେଥିରେ ପେଶି ହୋଇଗଲା

ତଳତଳିଆ ସବୁ ତାଳି ମାରିଲେ

ମଧ୍ୟମା ତାଳିରେ ଜଳକା ହେଲେ

ହେ ନବୀନା,ଉପର ମୁଣ୍ଡରେ ବସିଛି କିଏ?

ବେଙ୍ଗୁଲି କହୁଛି ଓଡ଼ିଶା କୁ ଶାସନ କରୁଛି ସିଏ

ସବୁ ତାଲର ଚାବି କୁ ସିଏ ଧରିଛି 

ଗୋଟି ଗୋଟି କରି ସବୁ କୁ ଖୋଲୁଛି

ସାବଧାନ ହୋଇ ଟିକେ ରହିଥା

ନହେଲେ ପଶିବ ଦିନେ ଛନକା

ଓଡ଼ିଶାର ପାଣି ପଞ୍ଚାୟତ କରାତ ହେଲା

ଚାଷୀଭାଇ ମାନଙ୍କୁ ବୁଝାଇ ଦିଆଗଲା

ଚାଷୀଭାଇ କହୁଛି କଣ କରିବୁ

ସମ୍ଭବ କଣ ଏତେ ହେଉନି ସବୁ

ବିଜୁ କୃଷକ ଯୋଜନା, କଳିଙ୍ଗକିଷାନା ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌

ଯୋଜନା, ଯୋଜନା ପରେ ଯୋଜନା

ମଧ୍ୟବର୍ତ୍ତୀ କଥା ଟିକିଏ ବୁଝେନା

ଛଦ୍ମ ବେଶରେ ଏଠାରେ ଟିକିଏ ବୁଲ

ଲାଳୁଆ,ଲାଞ୍ଚୁଆ,ଠକୁଆ ଙ୍କୁ ଧର 

ଓଡ଼ିଶାର ଶାସନ ଡୋରି ଧରିଛ

ଓଡ଼ିଆ କୁ କର୍ମଠ କରି ତ ଦେଖ

ଅଳସୁଆ ହୋଇ ଶୋଇଛି ପୁଅ

କାମ କରିବା ପାଇଁ କର ପ୍ରୟାସ

ପଙ୍ଗୁ ଓଡ଼ିଶା କୁ ସଳଖି ଦିଅ

ହେ ଶାସକ, ଟିକେ ଇଆଡ଼ କଡ଼େଇ ଚାହଁ ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy