ରାଜବେଶ
ରାଜବେଶ
ମୃଦୁ ମଳୟର ମୃଦୁ ବାସ୍ନା ନେଇ
ଧୀରେ ବସନ୍ତ ଆସଇ
ରଙ୍ଗ ଭରା ବେଶେ ଭାବ ଭକ୍ତି ରସେ
ବୁଲନ୍ତି ଜଗତସାଇଁ
ମିତ ଲୋ, ଆଶିଷ ବାଣ୍ଟିବା ପାଇଁ l0l
ପୁନେଇଁ ଫଗୁଣେ ରତ୍ନ ସିଂହାସନେ
ରାଜ ବେଶେ ଜନାର୍ଦ୍ଧନ
ପିନ୍ଧି ଅଳଙ୍କାର ବୈଡୁର୍ଯ୍ୟ, ଵିଭାବ
ଝଟକୁଛି ସିଂହାସନ
ଦର୍ଶନେ କଳ୍ମଷ କ୍ଷଣେ ହୁଏ ଦୂର
ସାତ ଜନମର ପାଇଁ
ମିତ ଲୋ, ଥରେ ଦେଖି ଆସ ଯାଇ l1l
ଶୁକ୍ଳ ଦଶମିରୁ ଚତୁର୍ଦଶୀ ତିଥି
ଚାଚେରୀ ବେଶେ ଗୋବିନ୍ଦ
ଫଗୁ ରଙ୍ଗ ରସେ ଦୁଆରେ ଦୁଆରେ
ବୁଲନ୍ତି ଦୋଳ ଗୋବିନ୍ଦ
ଖଜା ସାକରର ଭୋଗର ଆଦର
ହୁଏ ଭକତଙ୍କ ପାଇଁ
ମିତ ଲୋ, ଦୋଳେ ଦେଖ ଭାବଗ୍ରାହୀ l2l
