STORYMIRROR

Pranati Mahapatra

Inspirational Children

3  

Pranati Mahapatra

Inspirational Children

ରାଜା ରାମମୋହନ ରାୟ

ରାଜା ରାମମୋହନ ରାୟ

1 min
231


ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ରାଧାକାନ୍ତପୁର ଗ୍ରାମ,

ରମାକାନ୍ତ ରାୟ ତାରିଣୀଙ୍କ କୋଳେ ଯୋଗ୍ୟ ଦାୟାଦ ଜନମ,

ସତରଶହ ବାସ୍ତରି ବାଇଶି ମଇ ବ୍ରାହ୍ମଣ ପରିବାର,

ରାଜା ରାମମୋହନ ରାୟଙ୍କ ଜନମ ହୋଇଲା ଶୁଭ ଲଗ୍ନର।


ବାଇବେଲ, କୋରାନ୍,ଜେଦ୍ଦାୟ ଭେସ୍ତା ଉପନିଷଦ ବେଦ 

ବୌଦ୍ଧଗ୍ରନ୍ଥ ଆଦି ଅଧ୍ୟୟନ ପୁଣି ପାର୍ସୀ, ଆରବୀ ଭାଷା କରାୟତ,

ବ୍ରାହ୍ମସଭା ସ୍ଥାପନା କରିଲେ ପୁଣି ବ୍ରାହ୍ମ ସମାଜ ନାମେ ଖ୍ୟାତ,

ରାମମୋହନଙ୍କ ପ୍ରଚେଷ୍ଟାରେ ବେଣ୍ଟିଂ ସତୀଦାହ ଯେ ଉଚ୍ଛେଦ।


କଲିକତାର ଇଂରାଜୀ ବେଦାନ୍ତ ସ୍କୁଲ୍ କଲେଜ ସିଟି କଲେଜ,

ସମ୍ବାଦ କୌମୁଦୀ ବଙ୍ଗଳା ପତ୍ରିକା ସମ୍ପାଦକ ଉର୍ଦ୍ଦୁ ଖବରକାଗଜ,

ଜନମାନସରେ ଅତି ପରିଚିତ୍ର ଭାରତୀର ସମ୍ବାଦପତ୍ର ଜନକ,

ଆଣିଲେ ସଂସ୍କାର ଧର୍ମକ୍ଷେତ୍ରେ ଆଉ ରାଜନୀତି ଓ ସମାଜିକ ।


ବାଲ୍ୟବିବାହ, ବହୁବିବାହ,ନାରୀସ୍ୱାଧୀନତା,ଶିକ୍ଷା ପ୍ରବର୍ତ୍ତକ ,

ମୂଲ୍ୟହୀନ ଅସାମାଜିକ କାର୍ଯ୍ୟ ଉଚ୍ଛେଦ ରାଜା ସମାଜ ସଂସ୍କାରକ,

ସଭିଏଁ ଇଶ୍ୱର ସନ୍ତାନ ଭାବେ ଜାତି ପ୍ରଥା ମୂଲ୍ୟହୀନ,

ବହୁ ଘୃଣା ପ୍ରଥା ଉଚ୍ଛେଦ କଲେ ରାଜା ରାମମୋହନ।


ଧର୍ମ ମତ ନିର୍ବିଶେଷରେ ମନୁଷ୍ଯ ମନେ ଧର୍ମ ନିଷ୍ଠା ଭାବ ,

ବଦାନ୍ୟତା,ନୈତିକତା ଦୟାପୂଣ୍ୟ ପରହିତୈଷାର ଉଦ୍ଭବ,

ଅଷ୍ଟାଙ୍ଗ ନିୟମ ବ୍ରାହ୍ମସମାଜର ଯାହା ତାଙ୍କ ସୃଷ୍ଟ ନିୟମ

ଇଂଲଣ୍ଡର ମୋଗଲଙ୍କୁ ଦ୍ୱିତୀୟ ଆକବର ନାମ।


ବଙ୍ଗଳା ଭାଷାର ଆବେଦନ କ୍ଷୁଦ୍ର ପୁସ୍ତିକା ରାମମୋହନ ରଚିତ

ଭାରତୀୟ ଦର୍ଶନରେ ପ୍ରତିମା ପୂଜାର ନାହିଁ କେବେ ଯେ ସ୍ଥାନତ,

ଏତାଦୃଶ ଲେଖାପାଇଁ ରାମମୋହନ ପିତାଙ୍କ ଦ୍ୱାରା ନିର୍ବାସିତ

ଅଠରଶହ ତେତିଶି ଇଂଲଣ୍ଡ ବିଷ୍ଟଲେ ଶେଷ ନିଶ୍ୱାସ ତ୍ୟାଗତ।


      ଶବ୍ଦର ପ୍ରଣତୀ ପ୍ରଣତି ଜଣାଏ

                 ଶଦ୍ଦରେ ଶ୍ରଦ୍ଧାସୁମନ,

     ଏଭଳି ଯୁଗପୁରୁଷଙ୍କୁ ସର୍ବଦା କରିବା

                 ସୁସ୍ୱାଗତ ଅଭିନନ୍ଦନ।


           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational