STORYMIRROR

Sunanda Mohanty

Children

3  

Sunanda Mohanty

Children

ପୂର୍ଣ୍ଣିମା

ପୂର୍ଣ୍ଣିମା

1 min
175

ମୋ ପୂର୍ଣ୍ଣମୀ ଶଶୀ ପୂର୍ଣ୍ଣମୀରେ ଆସି 

କରିଦେଲୁ ମତେ ଧନ୍ୟ 

ଭାଇକୁ ମିଳିଲା ସାଙ୍ଗ ହୋଇ ଖେଳିବାକୁ 

ଆସିଥିଲୁ ଯେବେ ଧନ 

ଏମିତି ଥିଲା ସେ ତିଥିବାର ନୁହେଁ ଭୁଲିବାର 

ରହିଗଲା ସବୁଦିନ ମନ 

ଅଗି ଜଳୁଥିଲା ଦାଣ୍ଡରେ ପୂର୍ଣ୍ଣଶଶୀଆଗମନ 

ବୁଧବାର ଥିଲା ସେଦିନ 

ଦିନ ବେଳା ଜନ୍ମ ଶୁଭା ଶୁଭ ବିଚାର କରିନି 

ମୁଁ କେବେ କୋଉଦିନ 

ବାପାଙ୍କୁମିଳିଲା ଡ଼ୁମାବୁଢା ସଙ୍ଗେ ଢୁମିବୁଢୀ

ଖୁସି ହେଲା ତାଙ୍କ ମନ 

ମୋ ଧନ ମାଣିକ କଥାମାନି ପାଠ ପଢେ 

ହୋଇ ଗୋଟେ ସୁନା ଧନ 

ଭାଇର ଜୀବନ ବାପାଙ୍କ ସପନ ମୋର 

ମାଣିକ ସୁନା ଧନ 

ଆଜିଯାଏଁ ଭାଇ ଝିଅ ବୋଲି ଡାକେ ତାକୁ 

ବିତୁଥାଉ ଅନେଶତ ସନ  

ଭାଇ ଓ ଭଉଣୀ ସାଥେ ସାଗର ସରିତା 

ଆସିଲ ଜୀବନେ ଧନ 

ଏକ ଆତ୍ମା ଏକ ପ୍ରାଣ ହୋଇକି ରହିବ 

ମୁଁ ମଲାପରେ ସବୁଦିନ 

ଆୟୁଷ ଆଶିଷ ନିରୋଗ ରହିକି ସମସ୍ତେ 

କୁନି ସୁନାଜହ୍ନ ହସୁ ସବୁଦିନ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children