STORYMIRROR

Trushna Das

Abstract Inspirational Others

4  

Trushna Das

Abstract Inspirational Others

ପୂର୍ଣ୍ଣଛେଦ

ପୂର୍ଣ୍ଣଛେଦ

1 min
234

ଟାଣି ଦିଅ ପୂର୍ଣ୍ଣଛେଦ

   ଯଦି ରଖିବାର ନାହିଁ ସମ୍ପର୍କ 

କଣ ପାଇଁ ଲୋକଙ୍କ ପାଖରେ ଏ ମିଛ ଅଭିନୟ

   ପ୍ରେମ ବିନା ସମ୍ପର୍କର ମୂଲ୍ୟ ବା କଣ ?


ପ୍ରେମ ସମ୍ପର୍କକୁ କରାଏ ମଧୁର

   ଆଉ କରେ ସୁଦୃଢ଼ 

ହେଲେ ବିଶ୍ୱାସଘାତ ସମ୍ପର୍କକୁ କରେ ଛିନ୍ନ ବିଚ୍ଛିନ୍ନ

   ଟାଣି ଦିଏ ସମ୍ପର୍କରେ ପୂର୍ଣ୍ଣଛେଦ ।


ଯେଉଁଠାରେ ନ ଥାଏ ଅଧିକାର କି ପ୍ରେମ

   କେବଳ ଥାଏ ସମ୍ପର୍କର ଭାର

ଥାଏ କେବଳ ହରାଇବାର ଡର

   ସେପରି ସମ୍ପର୍କରେ ଟାଣି ଦିଅ ପୂର୍ଣ୍ଣଛେଦ।


ସମ୍ପର୍କରେ ବିଶ୍ୱାସ 

   ରହିବା ନିହାତି ଦରକାର

ବିନା ବଶ୍ୱାସରେ ସମ୍ପର୍କର ଗାଡି

   ଆଦୌ ପାରେ ନାହିଁ ଗଡ଼ି।


ସମ୍ପର୍କରେ ଭରସା ଓ ପ୍ରେମ 

   ହେଉଛି ରକ୍ତ ସଦୃଶ୍ୟ

ଭରସା ଓ ପ୍ରେମ ବିନା ସମ୍ପର୍କ ଯେ ଅଧୁରା ଲାଗଇ

   ସେଥିରେ ପୂର୍ଣ୍ଣଛେଦ ଟାଣି ଦେବା ହିଁ ଭଲ ଅଟଇ ।


ସମ୍ପର୍କ ଜଣ ଦ୍ୱାରା ବଞ୍ଚାଇ ହୁଏ ନାହିଁ 

   ସମ୍ପର୍କ ପାଇଁ ଦୁଇ ପକ୍ଷ ଦାୟୀ 

ଗୋଟିଏ ଆଡୁ ବି ପଡିଲେ ଢିଲା 

   ସମ୍ପର୍କରେ ପୂର୍ଣ୍ଣଛେଦ ଲାଗି ଯାଏ ପରା । 


ମିଛ ସମ୍ପର୍କ ଠାରୁ କଲେ ଆଶା

   ସବୁବେଳେ ଭାଙ୍ଗଇ ବିଶ୍ୱାସ ଓ ଭରସା

ହୃଦୟ ଉଠଇ କାନ୍ଦି 

ଏପରି ସମ୍ପର୍କକୁ ପୂର୍ଣ୍ଣଛେଦ ଟାଣି ଦେଇ ଏକା ବଞ୍ଚିବା ଟା ଭଲ।


ଯଦି ପୂର୍ଣ୍ଣଛେଦ ସେ ଛଳନାକୁ ହୁଅନ୍ତା ଲଗାଇ 

   ନିଜ ଭୂଲକୁ ସ୍ୱୀକାର କରି କଲେ ପ୍ରାୟଶ୍ଚିତ 

ପୁଣି ଥରେ ହେଲେ ଜଡିତ

   ସମ୍ପର୍କରେ ପୁଣିଥରେ ଆସିପାରେ ପ୍ରେମର ଫଗୁଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract