STORYMIRROR

Sunanda Mohanty

Abstract Thriller Children

3  

Sunanda Mohanty

Abstract Thriller Children

ପୂଣ୍ୟ

ପୂଣ୍ୟ

1 min
210

ଫୁଲ ମହକରେ 

ସମୁଦ୍ର ଜୁଆରେ 

ଗୋଠ ବାହୁଡ଼ାରେ 

ସଞ୍ଜ ଆଳତିରେ 

ନପାଇ ପୂଣ୍ୟ 

ଲାଗୁଥିଲା ଶୂନ୍ୟ 

କୁକୁରକୁ ବାସି ଖାଦ୍ୟ 

ବିଲେଇକୁ ଆଶ୍ରୟ ସଦ୍ୟ 

ଛାତରେ ପାଣିଟୋପେ ବିଦ୍ୟ 

ପୂଣ୍ୟ ନା ନୈବେଦ୍ୟ? 

ଦୁଇ ଶବ୍ଦର ନିନାଦ 

ପରିପକ୍ୱତାର ଭେଦ 

ପୂଣ୍ୟ ଇଗଲ ଝାଡ଼ୁଥିଲା 

ମନ ହୃଦୟର ସ୍ବେଦ 

ପୂଣ୍ୟ ପାଇଁ ସରହଦ 

ଭେଦିବାକୁ ବାରିଦ 

ସବୁଆଡେ ନିସ୍ତବ୍ଦ 

ସୂର୍ଯ୍ୟ ଚନ୍ଦ୍ର ଦୁର୍ଭେଦ୍ୟ 

ଆଲୋକରେ ପୂର୍ଣ୍ଣ ଅବୟବ 

ଭିତରେ ପୂଣ୍ୟର ସଂଜ୍ଞା 

କରୁଥିଲି ଠାବ 

ଶୁଭୁଥିଲା ଭୋକର ଦାଉ 

ନିରାଶ୍ରୟର ଦାଉ 

ହଟଚମଟର ସ୍ଲୋଗାନ ଥାଉ 

ନିରିମାଖି ନାରୀ ଖାଉଥିବା ଜାଉ 

ପୂଣ୍ୟ ଲୁଚିଛି ବୋଧହୁଏ ଯାଉ ଯାଉ

ତଥାପି କିଛି ପୂଣ୍ୟ ନେଇ 

ହୋଲି ଆସୁଥାଉ ଯାଉଥାଉ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract