STORYMIRROR

Jayashree Maharana

Abstract

2  

Jayashree Maharana

Abstract

ପୂଜୁଅଛି ଭକ୍ତି ଅର୍ଘ୍ୟରେ

ପୂଜୁଅଛି ଭକ୍ତି ଅର୍ଘ୍ୟରେ

1 min
174

ଯେଉଁଦିନୁ ମୁହିଁ କଳାଶ୍ରୀମୁଖକୁ

 ଦେଖିଅଛି ଦୁଇ ନେତ୍ରରେ

କାହିଁକି କେଜାଣି କି ଯାଦୁ କରିଛି

  ପଡିଯାଇଛି ତା'ପ୍ରେମରେ


ପ୍ରତି ମୁହୂର୍ତ୍ତରେ ତା'ର ସେ ସୁନ୍ଦର

  ଛବି ଝଲସୁଛି ଆଖିରେ

କଳାକାଞ୍ଚନକୁ ଝୁରି ମୁଁ ହେଉଛି

  ଦିନରାତି ଖାଲି ମନରେ


ସପନରେ ତା'ର ମହାପ୍ରସାଦକୁ

  ଖାଉଅଛି ମୁହିଁ ଖୁସିରେ

କଳା ବାମନର ମଧୁର ନାମକୁ

  ଗାଉଅଛି ନିତି ତୁଣ୍ଡରେ


ଟଙ୍କ ତୋରାଣୀର ମହକ ସୁମରି

  ଶୋଷ ମେଣ୍ଟାଉଛି ଜଳରେ

ହାତେ ଗୁନ୍ଥିକରି ତୁଳସୀର ମାଳି

  ପିନ୍ଧିଅଛି ମୋର ଗଳାରେ


ଦେଵଦାସୀ ସାଜି ଘୁଙ୍ଗୁରର ତାଳେ

  ନାଚୁଅଛି ସଞ୍ଜବେଳରେ

ତନୁ ମନ ପ୍ରାଣ ସମର୍ପି ଦେଇଛି

  କାଳିଆର ପାଦ ତଳରେ


ମନ ମନ୍ଦିରରେ ହୃଦୟ କନ୍ଦରେ

  ପୂଜୁଅଛି ଭକ୍ତି ଅର୍ଘ୍ୟରେ

ପ୍ରଭୁ ଭାବଗ୍ରାହୀ ପାଶେ ଡାକିନେବ

  ଜୀବନର ଶେଷ କାଳରେ    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract