STORYMIRROR

Surjyakanta Dash

Tragedy Others

4  

Surjyakanta Dash

Tragedy Others

ପୂଜା

ପୂଜା

1 min
505

ଆଖିରେ ଠପ୍ ଠପ୍ ଲୁହ

ହାତରେ ଆରତି ଦାନି

କ୍ଲକ୍ ୱାଇଜ୍ ବୁଲୁଛି

ଆପେ ଆପେ

ଠାକୁରଙ୍କ ଆଗରେ

ଘଣ୍ଟିର ଟିନ୍ ଟିନ୍ ଶବ୍ଦରେ

ତାଳେ ତାଳେ

କେଜାଣି କେତେ ସମୟ ?

ଆଖି ଆଗରେ ମା - କାଳୀଙ୍କର

ଶ୍ରୀ ମୁଖ ମଣ୍ଡଳ

ସଜେଇ ହୋଇଛି ଲାଲ୍ ମନ୍ଦାରରେ

ତଥାପି ଦେଖା ଯାଉନି ମନ୍ଦାର !

ନା ମାର ମୁହଁ !

ଦେଖା ଯାଉଛି ଖାଲି

ମୋ ଜେଜେ ମା ର ମୁହଁ

ଯିଏ ଅଭିମାନ କରୁଥିଲା

ଏହି ପଟେ ଯାଉଛୁ ?

ମୋତେ ଦେଖି କରି ଯାଉନୁ !

ମନେ ପଡେ ପିଲାଦିନ କଥା

ଯିଏ ବିନା ପାନିଆରେ

ଟାଣି ଆଣେ ଚିମୁଟି ଚିମୁଟି

ଉକୁଣୀ ଟେ ମୁଣ୍ଡରୁ

ଧୂଳି ମିଶା ଚୁଟିରୁ

ଆଉ କେତେବେଳେ

କଳି କରେ ମାମିନା ବୋଉ ସାଙ୍ଗରେ

ମୋ ନାତିକୁ କଣ୍ ପାଇଁ ଗାଳି କଲୁ ?

ଖାଇବା କଥା ତ ! ଛାଡ

କଳି କରେ ବୋଉ ଆଉ ଖୁଡିଙ୍କ ସାଙ୍ଗରେ

ନାତି ପାଇଁ ଭେଣ୍ଡି ଭଜା କଣ୍ ପାଇଁ ହେଲାନି?

ସେ ଖାଇବ କେମିତି ?

ଏମିତି ଅନେକ କଥା

ଭାବିଲେ ତ ସରିବନି....

ତଥାପି ବସିଛି ପଦ୍ମାସନରେ

ତପସ୍ୟା ରତ ମୁନିଋଷିଙ୍କ ପରି

ଅବଚେତନରେ

ଚେତନାର ସଂଜ୍ଞା

ରୁଦ୍ଧ ହୁଏ ଦଶ ଦ୍ଵାର

ସହସ୍ର ଦ୍ଵାର

ଚାରିଆଡେ ଧୂପ ଦୀପର ଗନ୍ଧ

ତଥାପି ଅସହାୟ ଲାଗେ

ବାୟୁର ବିଳାପ...

କେଜାଣି କେତେ ସମୟ ବସିଛି ?

ନିଦ ଭାଙ୍ଗିଛି ପତ୍ନିଙ୍କ ଡାକରେ

ପୂଜା ସାରିବନି ନା କଣ ?

ଆଜି କଣ ଅଫିସ୍ ଛୁଟି ?

ଶୀଘ୍ର ସାର - ନ ହେଲେ କହିବ

ମୋ ପାଇଁ ତୁମର ଡେରି ହୋଇଗଲା ।


Rate this content
Log in

Similar oriya poem from Tragedy