STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ପୂଜା

ପୂଜା

1 min
385

ଖାଉଛି ମାଡ ଢେଲାପଥର

ଝଡ଼ବରଷା ସହି

ଦେଉଛି ମିଠା ଫଳ ସରସ

ଆମର ପାଖେ ରହି

ସବୁ ପରାଣେ ରହିଛି ବାୟୁ

ବହୁଛି ଦିବାନିଶି

ତାପାଖେ ଆମଜୀବନ ଡୋରୀ

ଖସିବା,ଗଲେ ଋଷି

ମେଣ୍ଟାଏ ଶୋଷ ବଳ ସାହସ

ତଳକୁ ଯାଏ ଗଡି

ବାଦଲ ଖସେ ସାଗର ହସେ

ଆସଇ ନଦୀ ବଢି

ଯେତେ ହାଣିଲେ ଗାତ ଖୋଲିଲେ

ଗୋଇଠା ମାଡ ଖାଇ

କେବେକାହାର କରେନି ହାନି

ତାପରି ମାଆ ନାହିଁ

ଦେଖିଲେ ଯେତେ ଲମ୍ବିଛି ସେତେ

ତାହାର ଅନ୍ତ ନାହିଁ

ଏମିତି ଦିଅ ଉପରେ ଥାଇଁ

ମନ୍ଦିର ଯିବା କାହିଁ

ସବୁଦେଖନ୍ତି ଦିନ କରନ୍ତି

ଦେଇ ଅଲୋକ ତାତି

ସକଳ ଜୀଵକଂର ଶକତି

ପୂଜିବା ହାତ ପାତି

ଦେଖଇ ଯାହା ଶିଖଇ ତାହା

ପୂଜା ହୋଇବ ସାର

ଫୁଲ ଚନ୍ଦନ ମନ୍ତର ପାଠ

ଧରମ ନୁହେ କାର

ସେଇ ଦେବତା ଆମ କରତା

ପବନ ଜଳ ମାଟି

ତାଙ୍କରି ପାଇଁ କରିବା ଯାଇଁ

ସରାଗେ ମଥା ପାତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract