STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ପୁସ୍ତକ

ପୁସ୍ତକ

1 min
12.3K

ପୁସ୍ତକ ସୁନ୍ଦର ମୋ ଓଡିଶା ଭୂଇଁ    

ସୁନ୍ଦର ତା ଝରଣା ନଈ     

ସୁନ୍ଦର ତା ଚିନ୍ତା ଚେତନା,

କଳା ଓ ସଂସ୍କୃତି ତାର  

ଗୌରବ ତ ଭାରତର          

ପୁସ୍ତକେ ହୋଇଛି ବର୍ଣ୍ଣନା।


ବହି ତ ଆମ ସାଥି

ବହିରେ ପରା ଅମୂଲ୍ୟ ରତ୍ନ

ସାଇତା ହୋଇ ଅଛି,

ଆମ କଳା ସଂସ୍କୃତି ଗାଥା ସେଇଥିପାଇଁ ଉଚ୍ଚ ଆମ ମଥା

ବହି ରଖିବା ସାଇତି।


ବହିଟିଏ ଥିଲେ ପାଶେ ଆମର

ଏକାକୀ ପଣିଆ ଦୂରେଇ ଯାଏ,

ପୁତ୍ରକନ୍ୟା ବନ୍ଧୁ ଠାରୁ ବଡ଼ ବନ୍ଧୁ 

ଅନ୍ଧାର ହଟାଇ ଆଲୋକ ଦେଖାଏ।

ବହିକୁ ସାଇତି ରଖିବା କଳା   

ଶିଖିବାରେ ଭାଗବତ ଗାଦିରୁ,

ଗୋସିବାପା ଅମଳରୁ ତାଳପତ୍ରେ

ଗୀତା ଭାଗବତ ଦେଖେ ଯେ ଘରୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational