STORYMIRROR

Dmishra Sahityalaya

Tragedy

2  

Dmishra Sahityalaya

Tragedy

ପୁରୁଷ

ପୁରୁଷ

1 min
831


ଗୁପ୍ତରେ ଝରାଏ ଲୁହର ଝରଣା

ସେ ବହିପାରେନି ତା' ଆଖିରୁ,

ନିଜ ଇଜ୍ଜତ କୁ ବଞ୍ଚାଇବା ପାଇଁ

ଦୂରେଇ ରଖେ ସେ ପ୍ରକାଶରୁ,

ନାରୀ ନାରୀ ବୋଲି ଚିତ୍କାର ଭିତରେ

ଲୁଚିଯାଏ ତାର କ୍ଷୀଣ ସ୍ୱର,

କେହି ବୁଝିବେନି ଥଟ୍ଟା ରେ ମାରିବେ

ଦେବେ ଅପମାନ କରି ହତାଦର,

ମା' ଓ ସ୍ତ୍ରୀ କୁ ସମତୁଲ କରି

ଜୀବନ ଜିଇଁବା ସେ ଶିଖିଛି,

ପକ୍ଷଭୁକ୍ତ ଯଦି ହୋଇ ସେ ଯାଏ

ମରଣ ପରିକା ସେ ବଞ୍ଚୁଛି,

ଝିଅଟିର ଭୁଲ୍ ସାତଖୁଣ କ୍ଷମା

ପୁଅଟିର ଭୁଲ୍ ଦଣ୍ଡରେ କମ୍ ନାହିଁ ଜମା,

ଆଇନ କଥାତ ପୁରୁଷ ବିରୁଦ୍ଧେ

ନାରୀର ସେବାରେ ଆଗରେ,

ସତେକି ପୁରୁଷ ରାକ୍ଷସ ଜାତି

ନାରୀ ସବୁଯାକ ଯେ ପୁଣ୍ଯବତୀ।


ଦେବବ୍ରତ ମିଶ୍ର

ତା ୧୦.୦୪.୨୦୧୯

ଉରାଳୀ, ଗୋପାଳପୁର,

କଟକ, ଓଡ଼ିଶା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy