Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshaya kumar Rout

Classics Inspirational Others

3  

Akshaya kumar Rout

Classics Inspirational Others

ପୁରୁଷ-ଭାଗ ୧

ପୁରୁଷ-ଭାଗ ୧

1 min
43



ନାରୀ ପାଇଁ ମୋର ମହତ୍ୱ

କେତେ ମୁଁ ଜାଣେନା 

ହେଲେ ନାରୀ ବିନା

ମୁଁ ନିଜକୁ କଳ୍ପନା ବି କରିପାରେନା...... |

ପ୍ରଭାତରୁ ନିଶାର୍ଦ୍ଧ ଯାଏ

ମୁଁ କାର୍ଯ୍ୟରତ 

ସଭିଙ୍କ ଓଠରେ ଟିକେ ହସ ଦେଖିବା ପାଇଁ 

ପାପ ପୁଣ୍ୟର ପୋଥି ପୁରାଣକୁ ପଛରେ ଛାଡି 

ତେଲ ଲୁଣ ଦୁନିଆରେ ମୁଁ କର୍ତ୍ତବ୍ୟରତ 

ମୋ ପରିବାରର ଭରଣ ପୋଷଣ ପାଇଁ..... |

ପିତା, ପୁତ୍ର, ଭ୍ରାତା ଓ ପ୍ରେମିକ ରୂପେ 

ମୁଁ ସର୍ବଦା ବିଦ୍ୟମାନ 

ନାରୀକୁ ସୁରକ୍ଷା ଦେବାପାଇଁ..... |

ମୁଁ, ହିଁ ନାରୀକୁ ଉତ୍ସାହିତ କରିଛି 

ପ୍ରତିଟି କ୍ଷେତ୍ରରେ ପଥ ଦେଖାଇଛି

ଆଗକୁ ବଢିବା ପାଇଁ ଜାଗ୍ରତ କରିଛି

ତାର ଅଧିକାରକୁ ନେଇ... 

କଣ୍ଟକ ନୁହେଁ ମୁଁ ନାରୀ ପଥର 

ସାଥିହୋଇ ଚାଲିବାକୁ ଚାହେଁ 

ଜୀବନର ପ୍ରତିଟି କ୍ଷେତ୍ରରେ....... |

ନୀଳକଣ୍ଠ ସାଜିବାକୁ ଦେବିନି ତୁମକୁ 

ଏକୁଟିଆ ପିଇପିଇ ସମାଜର ଘୃଣିତ ବିଷକୁ 

ଆସୁ ପଛେ ଯେତେ ଝଡ଼ ଝଞ୍ଜା 

ସାଥିହୋଇ ଚାଲିବି ଜୀବନର ଶେଷ ପଥଯାଏ 

ପୁରୁଷ ମୁଁ... ନୁହେଁ ପଳାୟନପନ୍ଥୀ....... |



Rate this content
Log in