Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Choudhury

Abstract

3  

Sasmita Choudhury

Abstract

ପୁଣ୍ୟମୟୀ ପଞ୍ଚକ

ପୁଣ୍ୟମୟୀ ପଞ୍ଚକ

1 min
158



ସାରା ବର୍ଷରେ 

ପୁଣ୍ୟ ମାସର

ଶ୍ରେୟଟି କାର୍ତ୍ତିକ ମାସ, 

ତା' ମଧ୍ୟେ ପଞ୍ଚକ

ଏକାଦଶୀ ଠାରୁ 

ପାଞ୍ଚ ଦିନ ବ୍ୟାପି 

ରାସ ପୂର୍ଣ୍ଣିମାରେ ଶେଷ। 


'ପଞ୍ଚକ', 'ମହା ପଞ୍ଚକ' ସହିତ 

'ବକ ପଞ୍ଚକ 'ପରେ, 

' ଭୀଷ୍ମ ପଞ୍ଚକ ' ପାଳନ୍ତି ଶ୍ରଦ୍ଧାଳୁ 

ଝୋଟି ଚିତା ଆଙ୍କି 

ଚଉରା ମୂଳରେ - 

ସଂଧ୍ୟା ଆକାଶ-ଦୀପରେ। 


ପୁଣ୍ୟ ମାସରେ 

ପଞ୍ଚକ ପାଳନେ-

ସାତ୍ତ୍ଵିକ ଆହାର

ଜୀବେ ଦୟା ଧର୍ମ 

ଗୀତା ଅଧ୍ୟୟନ କରି, 

ଜୀବନ୍ମୁକ୍ତ ହୁଏ

ଜନ୍ମ - ମୃତ୍ୟୁ ଚକ୍ରୂୂ

ନିର୍ବାଣ ଲାଭ କରି। 


ଶର ଶଯ୍ୟା -ପରେ

 ଶାୟିତ ଭୀଷ୍ମଙ୍କୁ

ଏ ପଞ୍ଚକ ଅବସରେ, 

ଶର କ୍ଷେପଣରେ

ଜଳ ଦାନ କଲେ-

ଅର୍ଜୁନ କୁରୁକ୍ଷେତ୍ରରେ। 


ସନ୍ତାନ ପ୍ରାପ୍ତି ଲାଗି 

କେହି କରେ

କାର୍ତ୍ତିକେ ପଞ୍ଚକ ବ୍ରତ, 

'ରାଈ-ଦାମୋଦର'..

ନାମ ଜପ କରି

ହୋଇଥାଏ ମୋକ୍ଷ ପ୍ରାପ୍ତ। 


ତ୍ରେତୟା ଯୁଗରେ 

ଦଣ୍ଡକାରଣ୍ୟରେ 

ଶହ ଶହ ମୁନି ଋଷି, 

ପଞ୍ଚକେ ଲଭି 

ରାମଙ୍କ ଆଶୀଷ-

ଦ୍ବାପରେ ହୋଇଲେ ଗୋପୀ। 


ପୁଣ୍ୟମୟୀ ଏ

କାର୍ତ୍ତିକ ପଞ୍ଚକ

ହେମନ୍ତ କପାଳେ

ଶିଶିରର ଜୈତ୍ର ଟୀକା, 

ଯୁଗ ଯୁଗ ପାଇଁ 

ମଣିଷ ଜୀବନେ 

ନୈତିକତାର 

ମହନୀୟ ଏକ ଶିକ୍ଷା। 





Rate this content
Log in

Similar oriya poem from Abstract