STORYMIRROR

Nrusingha Narayan Tripathy

Classics Inspirational Others

3  

Nrusingha Narayan Tripathy

Classics Inspirational Others

ପୁଣ୍ୟ ପଞ୍ଚୁକ

ପୁଣ୍ୟ ପଞ୍ଚୁକ

1 min
170


ଶୂନ୍ୟରେ ପୃଥିବୀ ସୂର୍ଯ୍ୟ ଚନ୍ଦ୍ର ତାରା

ଘୁରୁଛନ୍ତି ପ୍ରତିକ୍ଷଣ

ଅଦୃଶ୍ୟ ଶକ୍ତିର ଅନୁଭୂତ ହୁଏ

ଜୀବନରେ ପ୍ରତିଦିନ l


ବାରମାସେ ବର୍ଷ ସପ୍ତମେ କାର୍ତ୍ତିକ

ସର୍ବଶ୍ରେଷ୍ଠ ଧର୍ମମାସ

ପୂର୍ବ ପୁରୁଷଙ୍କ ଧର୍ମୀୟ ଭାବନା

ସୂଚାଏଯେ ଏହି ମାସ l


ପାପ ଓ ପୁଣ୍ୟର ସମୟ ସାରଥୀ

ସୁକର୍ମେ ଲାଗଇ ମନ

ପଞ୍ଚୁକ ଦର୍ଶନ ସମାଜ ମାନିଲେ

ରାମରାଜ୍ୟ ହେବ ଜାଣ l


ଅହିଂସା ବିଚାର ସାତ୍ତ୍ଵିକ ଆହାର

ମୁଖ୍ୟ ଧର୍ମ ପଞ୍ଚୁକର

ଯଜ୍ଞ ଜପ ତପ ପ୍ରଭୁଙ୍କ ସେବାରେ

ମନ ରୁହେ ନିରନ୍ତର l


ବଡ଼ ଏକାଦଶୀ କାର୍ତ୍ତିକ ପୁର୍ଣ୍ଣିମା

ପାଞ୍ଚ ଦିନର ପଞ୍ଚୁକ

ଜ୍ଞାନ ଭକ୍ତି ବଳେ ଈଶ୍ୱର ତର୍ଜମା

କଥାରେ ମହାପଞ୍ଚୁକ l


ସ୍ୱାର୍ଥ ମୋହ ଲୋଭ ତ୍ୟାଗରେ ଜୀବନ

ହୋଇଥାଏ ସୁମଧୁର

ମହା ପଞ୍ଚୁକରେ ଜପ ଭକ୍ତିଭାବେ

ମହାବାହୁ ତ୍ରାହିକର l


ବଗ ପଞ୍ଚୁକରେ କର୍ମେ ଏକାଗ୍ରତା

ସଂକଳ୍ପ ହେଉ ଜୀବନ

ଜୀବେ ଦୟା ଭାବ କର ପ୍ରଦର୍ଶନ

ସବୁ ଘଟେ ନାରାୟଣ l


ଭୀଷ୍ମ ପଞ୍ଚୁକରେ କରିବା ଶପଥ

ପଞ୍ଚେନ୍ଦ୍ରିୟ କରାଗତ

ରାଜ ଦାନ ମୋକ୍ଷ ଧର୍ମରେ ପଥିକ

ଷଡ଼ରିପୁ ପରାହତ l


ବିଷ୍ଣୁ ପଞ୍ଚୁକରେ ବ୍ରତ ଉପବାସ

ମୁକ୍ତିର ମାର୍ଗ ଖୋଜିବା

ପରଂବ୍ରହ୍ମ ନାଥ ଅନାଦି ଠାକୁରେ

ଭକ୍ତି ଭାବରେ ଭଜିବା l


ଠିଆ କିଆ ବେଶ ପ୍ରଥମ ଦିନରେ

ବାଙ୍କଚୂଡ଼ ଦ୍ଵିତୀୟରେ

ଲଷ୍ମୀଓ ନୃସିଂହ ଚତୁର୍ଥ ଦିବସେ

ତ୍ରି ବିକ୍ରମ ତୃତୀୟରେ l


ରାଜ ରାଜେଶ୍ୱର ପଞ୍ଚମ ଦିନରେ

ଜଗନ୍ନାଥ ସୁନାବେଶ

କୋଟି ପୁଣ୍ୟଫଳ ସୌଭାଗ୍ୟ ମିଳଇ

ଦର୍ଶନରେ ସବୁବେଶ l


ଆମିଷ ବର୍ଜନ  ନାମ ଜପ ତପ

ସାରକଥା ପଞ୍ଚୁକର

ପ୍ରତ୍ୟେକ କର୍ମକୁ ଈଶ୍ୱରେ ସମର୍ପି

କର୍ତ୍ତ୍ୟବରେ ସଦାଚାର l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics