STORYMIRROR

Pravatirani Mohanty

Inspirational

3  

Pravatirani Mohanty

Inspirational

ପୁଣ୍ୟ ଭାରତ ଭୂଇଁ

ପୁଣ୍ୟ ଭାରତ ଭୂଇଁ

1 min
935

ସାଗର ଗାଉଛି ଜାତୀୟ ସଗୀଂତ 

   ଲହଡି ଉଡାଏ ବାନା

ଉପ କୂଳେ ଲେଖା ଭାରତର ଭାଗ୍ୟ

    ଅନାରେ କାଳିଆ ସୁନା ।


ତାରା ମାନେ ସବୁ ଆକାଶ ଛାତିରେ

    ମିଟି ମିଟି ଛନ୍ତି ଚାହିଁ

ଝାପସା ଝାପସା ଅନ୍ଧାରରେ କେହି

    ହେଉ ଥିଲେ କୁହା କୁହି ।


ଆଦ୍ୟ ବେଦ ମନ୍ତ୍ର ଓଃକାର ଝକାଂର 

   କରେ ତାର ଉପାସନା

ସକାଳ ସୁରୁଜ ହସି ହସି ଆଜି

   ପୂରୁବୁ ଆସନ୍ତି ଉଈଁ ।


ନବ ପଲ୍ଲବୀତ ଗଛ ପତ୍ରେ ପକ୍ଷୀ  

   କି ସୁରେ ଉଠନ୍ତି ଗାଇ

ଭରି ଦେଉ ମନେ ସକଳ ପ୍ରାଣରେ

  ଶୁଭ ନୁଆ ଉନ୍ମଦନା।


ମହାନ ମୋର ଏ ଭାରତ ଭୂଇଁରେ

   ମିଳନର ଜୟ ଗାନ

ତମସା ଆଡେଇ ଉଦ୍ ଭାସିତ କିଏ

   କରେ ଏ ମହା ମିଳନ

ସମସ୍ତଙ୍କ କଣ୍ଠୁ ଝରି ଆସୁ ଆଜି

 ତୋଳି ନୁଆ ମୁରୁଛନା।


Rate this content
Log in

Similar oriya poem from Inspirational