ପୁଣି ଫେରିଛି
ପୁଣି ଫେରିଛି

1 min

28
ପାପରୁ ପ୍ରାୟଶ୍ଚିତ ପାଇ
ବଦଳି ଯାଇଥିବା ମଣିଷ
ଶାନ୍ତ ଶିଷ୍ଟ ମୁହଁଟିଏ ଧରି
ପୁଣି ଫେରିଛି ରଙ୍ଗ ହୋଇ
ତୁମ ରଙ୍ଗ ମହଳ କାନ୍ଥରେ ଲାଗିବାକୁ ।
ଶ୍ରୀଚରଣରେ ଶରଣ ନେଇ
ନିଜ ଇଚ୍ଛା ମୁତାବକ ବଞ୍ଚି ରହି
ସଫଳତାର ପାହାଚ ଦେଖିବାକୁ
ପୁଣି ଫେରିଛି ଜଳି ଜଳି
ଅଗଣିତ ତାରାମଣ୍ଡଳେ ଉଳକା ହେବାକୁ ।
ଜୀବନର ଚାପକୁ ମାରିଦେଇ
ଗୃହ୍ୟସ୍ଥ ମଞ୍ଚର ପାଚେରୀ ଭାଙ୍ଗି
ଅନାବନା ଦୁଃଖକୁ ବନ୍ଦୀ କରି
ପୁଣି ଫେରିଛି ବର୍ଷା ହୋଇ
ଅଙ୍କାବଙ୍କା ନଈଟିରେ ସମୁଦ୍ର ଯିବାକୁ ।
ପୁରୁଣା ସ୍ମୃତି ଆଡକୁ ମୋହ ଭାଙ୍ଗି
ନୂତନ ଅଧ୍ୟାୟରେ ପାଦ ଥୋଇ
ଜଡ଼ ପାଳଟିଥିବା ଆଶାକୁ ଜୀବନ୍ତ କରି
ପୁଣି ଫେରିଛି ଶବଦ ହୋଇ
ଅସମ୍ପୂର୍ଣ୍ଣ ଲେଖାକୁ ସପୂର୍ଣ୍ଣ କରିବାକୁ ।