ପୁଂଜିର ଶୃଂଖଳକୁ ଛିଣ୍ଡାଇବା
ପୁଂଜିର ଶୃଂଖଳକୁ ଛିଣ୍ଡାଇବା
ପରିସ୍ଥିତି ଆଜି ହୋଇଛି ଜଟିଳ, ଏକତା
ଅଭାବେ ଶ୍ରମିକ ହୁଏ ବାଟବଣା,
ଭଙ୍ଗା ହୃଦୟରେ ପ୍ରଶ୍ନ କରୁଛି, ସେ ପ୍ରଶ୍ନ
ଦେଉଛି ବହୁ ଅବ୍ୟକ୍ତ ଯନ୍ତ୍ରଣା l
ପ୍ରତୀକ୍ଷା କରିଛି ବର୍ଷ ବର୍ଷ ଧରି ଆଖିରେ
ଆଖିଏ ସ୍ଵପ୍ନ ନେଇ
ଅସୀମ ଧୈର୍ଯ୍ୟ ସହିତ ଶୋଷିତ ମଣିଷ
ମୁକ୍ତିର ତୃଷ୍ଣା ଥାଇ l
ସମାଜର ଅବହେଳିତ ମଣିଷ, ମଣିଷ ଭଳି
ବଂଚିବା ପାଇଁ ଦେଖଇ ସପନ
ପୁଂଜିବାଦର ଶୃଂଖଳକୁ ଛିଣ୍ଡାଇ ମୁକ୍ତ ଆକାଶେ
ଡେଣା ମେଲି ଉଡ଼ିବାକୁ ମନ l
ଆଦର୍ଶ ସମାଜ ପ୍ରତିଷ୍ଠା ନିମନ୍ତେ ମାନଵର
ଚରିତ୍ର ଗଠନ ଦରକାର
ଲୋକଙ୍କୁ ଉତ୍ତମ ଶିକ୍ଷା ଦାନ ପାଇଁ ଆନ୍ତରିକତା
ରହିବା ଉଚିତ ସରକାରଙ୍କର l
ଦିନେ ନା ଦିନେ ନିଶ୍ଚେ ଅବଶ୍ୟ ଆସିବ ନୂତନ
ପଞ୍ଜୀକା ନୂଆ ବରଷରେ
ପୁରୁଣା ପାଞ୍ଜିର ହୋଇଣ ଶେଷ ଉନ୍ମୋଚିତ ହେବ,
ଆସିବ ହସ ନିଷ୍ପେଷିତ ମନରେ l
ସଚେତନତା ଆଣିବାକୁ ତେଜି ବିଳାସ ବ୍ୟସନ
ଜୀବନ ଯୌବନକୁ ପଡିବ ତୁଚ୍ଛ ମଣିବାକୁ
ସମାନତାର ସେତୁବନ୍ଧ କାର୍ଯ୍ୟରେ ଗୁଣ୍ଡୁଚି ମୂଷା
ପରି ସମାଜ କଲ୍ୟାଣେ ଯୋଗାଇବା ସହଯୋଗକୁ l
