STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

2  

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

ପୁଅ ହୋଇଗଲେ ବାହା

ପୁଅ ହୋଇଗଲେ ବାହା

1 min
134

ପିଲା ବେଳ ସ୍ନେହ ଶ୍ରଦ୍ଧା କମିଯାଏ

ପୁଅ ହୋଇଗଲେ ବାହା,

ଲାଗେରେ ଭାରି ଛାନିଆଁ

ବାପାଙ୍କ ଯା ହୋଉ ମାଆର ହୃଦୟ 

ଦହଲି ଯାଏରେ କିଆଁ


ମାଆ କ'ଣ ଭାବେ ତାର ବିପକ୍ଷରେ

ଶତୃଟି ହୋଇଛି ଠିଆ

ଲାଗେ ଭାରି ଅବାଗିଆ

ଯେତେ ଚାହିଁଲେବି ବୁଝାଇ ହୁଏନା

କି କହିବି, ସେ ପରା ମାଆ


ଭାରିଜାକୁ ଡାକି କହିଲି ବୁଝାଇ

ମାଆ ଛାଡି ପାଇଛ ମା',

କଥାଟି ଶୁଣ ମୋ ପ୍ରିୟା

ଶୁଣିବ ଆଦରେ ମାଆ କଥା ମୋର 

କହିବେ ତୁମକୁ ଯାହା


କେହି କାହା ଠାରୁ କମ୍ ନ ହୁଅନ୍ତି

କି ଜୀବନ ପ୍ରଭୁ ଆହା,

କେହି ନ ଦିଅନ୍ତି ରାହା

ଏ ଜଞ୍ଜାଳ ଦୁଃଖେ ନିତି ସଢେ ପୁଅ

କେହିତ ନଥାନ୍ତି ସାହା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract