STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ପଟା ଦୋଳିରେ ଝୁଲଇ ରାଧା

ପଟା ଦୋଳିରେ ଝୁଲଇ ରାଧା

1 min
170

ଦୋଳି ଉଡଇ ମେଘ ରାଇଜ

ଫୁଲ ଅଗଣା କୁଆଁରୀ ଲାଜ

ତୋଟା ଗହଳେ ରଙ୍ଗ ମୁରୁଜ

ଘୋର ବନସ୍ତେ ଡାକଇ ଗଜ

ସେତ ଆସିଛି ଆସିଛି ଆସିଛି ରଜ...

ମୁହଁ ଅନ୍ଧାର ଭାରି ସୁନ୍ଦର

ଭରା ଗାଧୁଆ ତୁଠରେ

ଚନ୍ଦନ ଚିତା ସରୁ ଅଳତା

ମହକେ ବାଟଘାଟରେ

ଗଛ ମୂଳରେ ଭାରି ଗହଳି

ଗଛ ଡାଳରେ ଝୁଲେ ବାଉଁଶ ଦୋଳି

ତାଆସ ପାଲି କବାଡି ଖେଳ

ବୁଲାବୁଲି ସେ କେତେ ମଉଜ

ସେତ ଆସିଛି ଆସିଛି ଆସିଛି ରଜ...

ଆମ୍ବ ପଣସ ସପୁରୀ ସଜ

ସବୁ ଘର ମହକଇ

ପୋଡ଼ ପିଠାର ସୁଆଦ ମିଠା

ସବୁ ମନ ନିଏ ମୋହି

ଖିଆ ପିଆରେ ଘର ଉଛୁଳେ

ମନଝୁମେ ନାଚ ଗୀତ ତାଳେତାଳେ

ନୂଆ ବୋହୁ ର ଆସଇ ଭାର

ବଉଦ ପାରେ ଫୁଲର ଶେଜ

ସେତ ଆସିଛି ଆସିଛି ଆସିଛି ରଜ...

ପଟା ଦୋଳି ରେ ଝୁଲଇ ରାଧା

କହ୍ନେଇ ର ବାଟ ଚାହିଁ

ତା ପାଇଁ ରଜ ପାନ ଭାଙ୍ଗିଛି

ପ୍ରିତିର ମସଲା ଦେଇ

ପାନ କହିବ ତା ମନ କଥା

ମନ ଗହନର ସେ ଅକୁହା ବ୍ୟଥା

କହ୍ନେଇ ବିନା କିଏ ବୁଝିବ

ରାଧିକା ରାଣୀ ମନ ଦରଜ

ସେତ ଆସିଛି ଆସିଛି ଆସିଛି ରଜ...


Rate this content
Log in

Similar oriya poem from Classics