STORYMIRROR

kahnu charan sahu

Abstract

4  

kahnu charan sahu

Abstract

ପତ୍ର ଈଶ୍ୱରଙ୍କୁ

ପତ୍ର ଈଶ୍ୱରଙ୍କୁ

1 min
383


ନକଲ କରୁଛି ଅତୀତ ପାପ

    ନବୁଝେ ସମୟ ନଗଦ ତପ ।


ନଭଶ୍ଚୁମ୍ବୀ ମନ ପାରୁନି ସହି

    ଆଶା ମୁଁ ରଖିଛି ବୁଝିବ ବିହି ।


ବଢୁଛି ବୟସ ସାରି ଆୟୁଷ

    ବଦଳୁନି କିଛି ମେଣ୍ଟୁନି ଶୋଷ ।


ବଞ୍ଚୁଛି ଜୀବନ ସପନ ବିନା

    ଖୁସି ବଦଳରେ ମିଳେ ବେଦନା ।


ବର୍ଣ୍ଣୁଛି ଜୀବନ ଶବ୍ଦ ସାହାଯ୍ୟେ

    ବରାଦ ବଢେ ଅସଫଳ କାର୍ଯ୍ୟେ ।


ବର୍ଜନ କରିଛି ଜିଅନ୍ତା ଖୁସି

    ଅଳ୍ପ ମିଳନ୍ତାନି ଚାହୁଁନି ବେଶୀ ।


ରଜନୀ ସରୁଛି ରଞ୍ଜିତ ହୋଇ

    ରସିଦ ମିଳୁଛି ଫଳକୁ ଥୋଇ ।


ରକ୍ତିମ ରକତ ହେଲାଣି ଜଳ

     ରକ୍ଷାକର ଈଶ ନସରୁ ବେଳ ।


ଶରଣ ପଶୁଛି ତୁମ ଚରଣେ 

     ସଂଶୋଧିତ ହେଉ ଇଚ୍ଛା ଜୀବନେ ।


ଷଡ଼ରିପୁ ନସରିବା ଆଗରୁ

     ଜୀବନ ବିଳାସ ସମୟେ ସରୁ ।


Rate this content
Log in

Similar oriya poem from Abstract