STORYMIRROR

Kunja Bihari Dalai

Inspirational

4  

Kunja Bihari Dalai

Inspirational

ପତି ପତ୍ନୀ

ପତି ପତ୍ନୀ

1 min
403

ବିଧାତା ଗଢିଲେ ପତି ପତ୍ନୀ ଯୋଡ଼ି

ସଂସାର ମଙ୍ଗଳ ହିତେ  

କା ସହିତ କା'ର ଯୋଡ଼ି ହୁଏ ସ୍ଥିର

ତାଙ୍କରି ନିର୍ଦ୍ଦେଶ ମତେ ।


ଟଙ୍କାର ଦୁଇଟି ପାର୍ଶ୍ଵ ସମ ଗଣ୍ୟ

ପତି ପତ୍ନୀର ସମ୍ପର୍କ  

ଜଣେ ବିନା ଅନ୍ୟ ଜଣକ ଅଧୁରା

ହୁଏନା ପରିପୂରକ ।


ସୁଖ ଦୁଃଖ ବାଣ୍ଟି ଚଳାନ୍ତି ସଂସାର

ନଥାଏ ମନେ ବିଷାଦ  

ଏକ ମନ ନେଇ କରିଥାନ୍ତି ସାମ୍ନା

ଆସିଲେ କିଛି ବିପଦ ।


ଜଣେ ଅନ୍ୟ ଜଣ ମନ କଥା ବୁଝି

କରେ ଯେବେ ପ୍ରତିକାର  

ସମ୍ପର୍କର ଡୋରି ହୁଏ ମଜବୁତ

ଥିଲେ ଏମନ୍ତ ବିଚାର ।


ହେୟଜ୍ଞାନ କରି ଅନ୍ୟ ଭାବନାକୁ

କରନାହିଁ ଉପହାସ  

ସୁସ୍ଥ ମସ୍ତିଷ୍କରେ ଭାବ ତା କଥାକୁ

ପାଇବ ନିଶ୍ଚେ ନିଷ୍କର୍ଷ ।


ଉଭୟଙ୍କ କର୍ମେ ଉଭୟ ଯେ ଠିକ୍

ବିଚାର ରହିଲେ ମନେ  

ନିଜ ନିଜ ମଧ୍ୟେ ସମ୍ପର୍କରେ ଫାଟ

ପ୍ରଶ୍ନ ଉଠୁନାହିଁ ଦିନେ ।


ଉଭୟଙ୍କ ଠାରେ ପ୍ରେମଭାବ ଥିଲେ

ହସିବ ତୁମ ସଂସାର  

ନିଜକୁ ମହାନ ଭାବିଲେ କେବଳ

ପାଇବ ଦୁଃଖ ଅପାର ।



Rate this content
Log in

Similar oriya poem from Inspirational