ପଥିକ
ପଥିକ
ଜୀବନର ପଥେ ମୁଁ ଜଣେ ପଥିକ
ଚାଲିବାକୁ ଅଛି ଆଗକୁ ଅନେକ
ସତ୍ୟ ସୁନ୍ଦର ଆଲୋକ ସୁପଥେ
ମୁଁ ଚାଲୁଥିବି
ସମୟ କଷଟି ଗାରେ
ଜୀବନକୁ ନିତ୍ୟ ନିଖାରିବି ।
ଜୀବନ ସଡ଼କ ଧାରେ
ନିକଟ ଅନତି ଦୂରେ
ରୋପୁଥିବି ଫୁଲ ଫଳ ଗଛ
ମାଳି ପରି ଯତ୍ନ ତାର ନେବି,
ମୋ ସପନ ବଗିଚାରେ
ବିହଙ୍ଗମ କୂଜନରେ
ମଧୁମୟ ଆଶା ଓ ଉଲ୍ଲାସ ନେଇ
ଚାଲୁଛି ମୁଁ ନିତ୍ୟ ଚାଲୁଥିବି ।