STORYMIRROR

Akshayakumar Dash

Drama Romance Others

3  

Akshayakumar Dash

Drama Romance Others

ପଶା

ପଶା

1 min
242

ପଶା କାଠି

ଦିନେ ସକୁନି ଖେଳୁଥିଲା

କପଟ ପଶା କାଠି

ବିବସ୍ତ୍ର କରାଗଲା କୁରୁ ସଭାରେ

ପଂଚାଳି ହାତଟେକିଲେ

ଆଜିବି ପଶା ଖେଳ ହୁଏ

ଇଣ୍ଟରନେଟ ର ମୋବାଇଲରେ

ରତିସୁଖ ବଂଚିତା ରମଣୀ

ଅଭିହାଡ଼ି ଯୁବତୀର ପଶା କାଠି

ଚଳ ଚଞ୍ଚଳ ଚାଳନା ।

କେହି ଦରଦୀ ହୃଦୟରେ

ପ୍ରତିବାଦ କରିଛିକି

ପ୍ରେମନାମରେ ବଡ଼ ଗୁପ୍ତରେ

ଦହିକମିଳନପାଇଁଉଜାଗର

ଅଲିଭା ପ୍ରଦୀପ 

ପୋକ ଝାସ ଦେଲେ।

ରାତ୍ରିର ଅନ୍ତିମ ପ୍ରହର ଯାଏ

ତୁମ ସାଥିରେ ରାସ

କେତେବେଳେ ସକାଳ 

ମଧ୍ୟର୍ଣ ପ୍ରହର ଜାଗେ

ନିଶା କି ପେଶା 

ଯୌନ ଲାଳସା

ଅଭିନବ ଢଙ୍ଗରେ

ଯେମିତି କାମ ଶାସ୍ତ୍ର ବିଶାରଦ

କେଉଁ ରାଇଜର ଜେମା।

ତୁମର ପଶା ଖେଳ

ଗୋଟି ଚାଳନା

ଜିତିବାର ପ୍ରୟାସ

 ପାଳଟେ ଆଦିମ ଲଙ୍ଗଳା 

ସେତେବେଳେ ବେଳେ ଧରା

ଦେଖୁଥାଏ ଗୋପନ ପ୍ରଣୟ

ଚଞ୍ଚଳ ହୁଅନ୍ତି ବିଶ୍ୱାସ ନିଶ୍ୱାସ

ଅଗଣିତ ମାନସିକ ଭାର

ଲୁଚି ଛପି ଦେଖୁଥାନ୍ତି

ଜୟ କି ପରାଜୟ 

ସମୟ ସହିତ ଖେଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Drama