ପ୍ରୟତମା
ପ୍ରୟତମା
ପ୍ରିୟତମା... ମରୁଉଦ୍ୟାନର ଝର
ମନ ଅଗଣାର ତୁଳସୀ ଚଉଁରା
ପ୍ରୀତିର ଅମୃତ ଧାର।
ନିଦାଘେ ପଥିକ ବିଶ୍ରାମେ ସାର୍ଥକ
କଳ୍ପତରୁ ସୁଶୀତଳ ।
ଧାରା ଶ୍ରାବଣର ଅଶାନ୍ତ ଆକାଶେ
ତୁମେ ଇନ୍ଦ୍ରଧନୁ ମୋର।୧।
ପ୍ରିୟତମା... ମରୁଉଦ୍ୟାନର ଝର...
ଶାରଦ ପାର୍ବଣ କାଳେ ମୂର୍ତ୍ତିମାନ
ଅଷ୍ଟଦୁର୍ଗା ରୂପ ତୋର ।
ନିର୍ମଳ ହେମନ୍ତ ବିମଳ ଗଗନ
ସ୍ବାତୀ ନକ୍ଷତ୍ରର ଧାର ।୨।
ପ୍ରିୟତମା... ମରୁଉଦ୍ୟାନର ଝର...
ଶୀତ ସକାଳର କଅଁଳିଆ ଖରା
ପରବର ଦୀପମାଳ ।
ଋତୁରାଜ ଧୀର ମଳୟ ସମୀର
ଦିବ୍ୟ ସୌରଭ ପୂଷ୍ପର ।୩।
ପ୍ରିୟତମା... ମରୁଉଦ୍ୟାନର ଝର...
ତୁମ ଦିପ୍ତି ପ୍ରାପ୍ତି ମୋ ଜୀବନ ଶାନ୍ତି
ପ୍ରାରବ୍ଧର ପୂଣ୍ୟଫଳ ।
ଜନମେ ଜନମେ ମୋ ସଂଗୀନୀ ହୁଅ
ଏହି ଅଭିଳାଷ ମୋର ।୪।
ପ୍ରିୟତମା... ମରୁଉଦ୍ୟାନର ଝର
