Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prabhati Mahapatra

Romance Tragedy Inspirational

3  

Prabhati Mahapatra

Romance Tragedy Inspirational

ପ୍ରତ୍ୟୁଷ ପ୍ରଭା

ପ୍ରତ୍ୟୁଷ ପ୍ରଭା

1 min
156


ଏକାନ୍ତେ ସୁକାନ୍ତି    ତନୁ ବିଜଡିତ

ବସନ୍ତ ବିଭାସ ରାସ

ପ୍ରୀତି ଲହରନ୍ତି     ଆପାଦ ମସ୍ତକ

ପ୍ରିୟ ଥରେ ଦେଖ ଦୃଶ୍ୟ ।

ମୁକ୍ତ କେଶ ଫିଟି   କୃଶ କଟି ତଟେ

ସିକ୍ତ ବୋଳି କେରି କେରି 

ରବି ସମ ମୋର  ମଥା ଚୁଡ଼ା ଶିଖେ

ଭାସିଲା ସିନ୍ଦୂର ଶିରୀ ।

ମୁହୁର୍ମୁହୁ ବାସ    ହରିଦ୍ରା ଆଭାସ

ରଣ କରେ ଭାନୁ ସାଥେ 

ପୂର୍ଣ୍ଣ ମନୋରଥ  କର ଆହେ ନାଥ

ଆସି ଏହି ଭାଗ୍ୟ ରଥେ ।

ଧରା ପୁଲ୍ଲକିତ    ମନୋରମ ଚିତ୍ତ

ବିଳମ୍ବ ନବଳା ମନେ

ପ୍ରେମ ଦୀପାଳୀର ଶିଖାର ଉର୍ଦ୍ଧରେ

ରହିଛି ପ୍ରୟସୀ ପ୍ରାଣେ ।



Rate this content
Log in