STORYMIRROR

pratap nayak

Tragedy

4  

pratap nayak

Tragedy

ପ୍ରତିସୃତି

ପ୍ରତିସୃତି

1 min
380


ମତେ ତୁମେ କହିପାର ପାଦପ 

କହିପାର ବନସ୍ପତି

ମୋ ପ୍ରଜାତୀରୁ ନେଇପାର ନାନାବିଧ ସେବା

ହେଇଥାଉ ତୁମ ଖାଦ୍ୟ ମୋ ଚେର, ମୂଳ ମୋ ଗଣ୍ଡି ,ଡାଳ ଅବା ପତ୍ର ଫୁଲ ଫଳ

ସିଏ ପୁଣି ହେଉ କି ସୁଖିଲା ଅବା କଂଚା

ମତେ କାଟି ଖଣ୍ଡଖଣ୍ଡ କରି ଜୋଡିଜାଡି

ଖରା ବର୍ଷା ଶୀତରୁ ରଖ୍ୟା କରିପାର ନିଜ କୁ

ନିଜ ବଂଶଧରମାନଙ୍କୁ ପିଢୀ ପର ପିଢୀ କୁଡିଆ ଅବା ଘର ନାମ ଦେଇ

ବିଜ୍ଞାନ ନାଁରେ ମତେ ଚିରି ବିଦାରୀ ଘୋଟିଘାଟି

ମୋ ଦେହରୁ ବାହାର କରିପାର ଜଡିବୁଟି ନାମରେ କେତେ ଜୀବନ ରଖ୍ୟାକାରୀ ପଥି

ଅବା ବସ୍ତ୍ର କରି 

କରିପାର ଲଜ୍ଜ୍ୟା ନୀବାରଣ

ନାନାଜାତି ଫୁଲ ନେଇ ପୂଜିପାର ଆରାଧ୍ୟ୍ୟ ଦେବତା ପୁଣି ଫଳରେ କରିପାର ନୈବେଦ୍ୟ

ଦାରୁଋପେ ମୋତେ

ହିମାଳୟ ଶୀରେ ରହି ମୌସୁମୀ ପରିବର୍ତ୍ତନ ବି କରିପାରେ

ଗଂଗା ଦାଉରୁ ମୁଁ ତୁମ ଅତଡାକୁ ବି ଧରିରଖିପାରେ ଚେରରେ

ପୁଣି ହେନ୍ତାଳବନ ବା ସୁନ୍ଦରବନ ନାମରେ ,

ରୋକିପାରେ ବାତ୍ୟା ଗତିପଥ

ତୁମ ପ୍ରଶ୍ୱାସକୁ ସତେଜରଖି ଦଉଥାଏ ଅମ୍ଳଯାନ ନିତି

ତ ପୁଣି ତୁମ କଳକାରଖାନାଋପି 

ଅସୁର ଦେହର ଫୁରୁକୁଟିଆ ଅଙ୍ଗାରକାମ୍ଳକୁ ଶୋଧନ କରିବାର ଠିକା ମତେ ଦେଇଥାଅ

ମନ ପ୍ରଫୁଲ ନାମରେ ଉଦ୍ୟାନରେ ଥାଏ ଅବା ପ୍ରେମ ନିବେଦନ ପାଇଁ ସଜଗୋଲାପ ଦେହରେ

କି ସରୀସୃପ ,କୀଟପତଙ୍ଗ ଅବା ପଖୀ

ଜୀବଜନ୍ତୁ

ସକଳ ଶକ୍ତିର ଆଧାର ମାନ୍ୟତା

ସତରେ କଣ ମତେ ଦେଇଛ ତୁମେମାନେ ??

ନାଁ ଦେଇଛ ଦୂବ ଠୁ ଦାରୁଯାଏ ଖାଲି ନିର୍ଯ୍ୟାତନା ଆଉ ନିର୍ଯ୍ୟାତନା??

ଉଜାଡନା ତୁମେ ମତେ ଆଉ

ପାରୁନି ମୁଁ ତୁମ ପଦାଘାତ ସହି

ହେଇକି ଲହୁ ଲୁହାଣ ତଥାପି ବଂଚିଛି ମୁଁ 

ତଥାପି ବଂଚିଛି ମୁଁ

କେବଳ ମୋ ବଂଶ ମାନେ ତୁମକୁ ରଖ୍ୟାକରିବାର ପ୍ରତିସୃତି ନେଇ

ପ୍ରତିସୃତି ନେଇ

କେବଳ ତୁମକୁ ବଂଚେଇ ରଖିବା ପାଇଁ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy