STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ପ୍ରତିଶୋଧ

ପ୍ରତିଶୋଧ

1 min
233

ଆଉ କା'ର ମିଥ୍ୟାଚାର ଆଚରଣେ 

ତୁମେ ଯେବେ ଆନ୍ଦୋଳିତ ହୁଅ,

ତୁମ ଅଜାଣତେ ବିବେକରେ ତୁମ 

ଅଶାନ୍ତିର ନିଆଁ ଲଗାଇ ଦିଅ।


ଆଘାତ କରି କେ ଚାଲିଯାଏ ଦୁରେ 

ପାଶୋରି ସେ କଥା ମନରୁ ତାର,

ଘାରି ହୁଅ ତୁମେ ତୁମ ପରିଧିରେ 

ଭୁଲି ନିଜ କେନ୍ଦ୍ର ହୁଅ ଅଧିର। 


ପ୍ରତିଶୋଧ ପରାୟଣ ହୋଇ ଯେବେ 

କରି ବସ ନିତି ପର ଚିନ୍ତନ,

ତୁମେ ଜାଣ ନାହିଁ ତୁମ ପ୍ରକୃତିରେ 

ସଂକ୍ରମିତ ହୁଏ ଅନ୍ୟର ଗୁଣ। 


ପ୍ରତିଶୋଧ କେବେ ସମାଧାନ ହୁହେଁ 

ଅନ୍ୟାୟ କା କ୍ରୁର ଆଚରଣେ,

ଜନ୍ମ ନିଏ ଆଉ ଏକ ପ୍ରତିଶୋଧ 

କ୍ରିୟା ପ୍ରତିକ୍ରିୟା ନିୟମରେ। 


ଅଶାନ୍ତି ଅନଳେ ଜଳିଯିବା ଠାରୁ 

ଉଚିତ କି ନୁହେଁ ଅଣଦେଖା,

ରାତି ଗଲେ ତାତି ସରିଯାଏ ସିନା 

ଧରି ରଖିଥିଲେ ଜଳେ ଶିଖା।


ପ୍ରତିଶୋଧ ଭୁଲି ଆତ୍ମଶୋଧ କର 

କ୍ରୋଧ ନୁହେଁ କେବେ ପ୍ରତିକାର,

କ୍ଷମା ସର୍ବଶ୍ରେଷ୍ଠ ଆଚରଣ ସିନା 

ଈର୍ଷା ଦ୍ୱେଷ ଏକ ମହା ଜ୍ୱର। 


ଅନ୍ୟାୟର ନ୍ୟାୟ ପଥେ ପ୍ରତିକାର 

ମିଥ୍ୟାର ଉତ୍ତର ସତ୍ୟ ବାଣୀ,

ଅକ୍ରୋଧରେ କ୍ରୋଧ ହୁଏ ପ୍ରଶମିତ 

ସାଧୁତାର ଏହା ଧୀର ଠାଣି।


ସଂକ୍ଷିପ୍ତ ଜୀବନେ ଆତ୍ମ ଚିନ୍ତନ ହିଁ 

ଏକମାତ୍ର ରଖ ଅଭିପ୍ରାୟ,

ଶୁଦ୍ଧ ଚରିତ୍ରର ବିମଳ ଜ୍ୟୋତିରେ 

ବିଶ୍ୱ ହେବ ପୁର୍ଣ ଦିବାମୟ। 


ସବୁ ଶେଷେ ଯାହା ଜଳେ ତାହା ତୁମେ 

ନିଜେ ହିଁ ନିଜର ହତ୍ୟାକାରୀ,

ପାଉଁଶ ଗଦାରେ ବାକି ଥାଏ ଯାହା 

ବିକଳାଙ୍ଗ ଏକ କୁକାହାଣୀ।



Rate this content
Log in

Similar oriya poem from Abstract