STORYMIRROR

Shashanka sekhar Ray

Abstract

2  

Shashanka sekhar Ray

Abstract

ପ୍ରତିଶୋଧ

ପ୍ରତିଶୋଧ

1 min
2.9K

ଆକାଶେ ଧଳା ଧଳା ବାଦଲର ଫୁଲେ

ପକ୍ଷୀମାନଙ୍କ କାକଳୀର ଶବ୍ଦେ

ସବୁଜ ପାଟ ପିନ୍ଧି କେହି ଜଣେ

ମନ ଖୋଲି ହସୁଛୁ ଅନେକ ଦିନ ପରେ ଆଜି ।


କଳା ଧୂଆଁରେ କଳା ପଡିଥିବା 

ମୁହଁଟି ତାର

ସଫେଦ ଦିଶୁଛି ଆକାଶର ଜହ୍ନ ପରି

ଅନାୟସେ ଝରିପଡୁଛି ମୁଖେ ଖୁସିର ଝରଣା

କୋଳାହଳେ ବଧିରା ହୋଇଥିବା କାନ

ଶାନ୍ତିର ସନ୍ଧାନ ପାଇଛି ବୋଧେ ଖୋଜି ।


ସହିବାର ଗୋଟେ ସୀମା ତ୍ ଅଛି

କିଛି କହିପାରେନି ବୋଲି 

କରିଚାଲ ଅତ୍ୟାଚାର ତା ପରେ ବାରମ୍ଵାର

ଅନେକ ଥର ତୁମକୁ ଇଶାରା ଦେଇଛି

ନିଜକୁ ବଦଳାଇବା ପାଇଁ

ତୁମେ କିନ୍ତୁ ତୁମ ଜିଦରେ ଅଟଳ ।


ଗର୍ବ ଅହଂକାର ଭାରି ତୁମର

ବିଜ୍ଞାନର ଖୋଳପାରେ କେତେଦିନ

ଲୁଚାଇ ରଖିପାରିବ ନିଜକୁ

ନିଜ ଛାଇ ଦିନେ ନିଜକୁ ଡରାଇବ

ଘରେ ତାଟି କବାଟ କିଳି 

ଆହାର ବିହାର ବିନା ହୋଇବ ବିକଳ ।


ବିନା ଶବ୍ଦେ ଅଦୃଶ୍ୟ ଅସ୍ତ୍ରେ 

ତୁମ କର୍ମଫଳ ଭୋଗିବାକୁ ହେବ

କେହି ଉଦ୍ଧାରିବାକୁ ନେବେନି ଜନ୍ମ

ସୋମରସ ପାନେ ଯଦୁବଂଶ ଭଳି

ଶେଷ ହୋଇଯିବ ତୁମର ସବୁ ଦମ୍ଭ ।


ଶାନ୍ତି ଦୟା ପ୍ରେମ ଭାବ କର ଜାଗ୍ରତ

ପୃଥିବୀଟା ନୁହେଁ ଏଠି ଏକା ତୁମର

ବଞ୍ଚିବାର ଅଧିକାର ଅଛି ସମସ୍ତଙ୍କର

ଚେତନାର ବାର୍ତ୍ତା ଟିଏ ଧରି ହୋଇଛି ଠିଆ

ଅଭିଶାପରୁ ଜନ୍ମିଛି ଭୂତାଣୁ କରୋନା

ଅପେକ୍ଷା କର ଆହୁରି ଅନେକ କିଛି

ପ୍ରତିଶୋଧ ଏଇଠୁ ହେଲା ମାତ୍ର ଆରମ୍ଭ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract