STORYMIRROR

Ghanashyam Biswal

Inspirational Thriller

3  

Ghanashyam Biswal

Inspirational Thriller

ପ୍ରତିଜ୍ଞା

ପ୍ରତିଜ୍ଞା

1 min
285

ପ୍ରତିଜ୍ଞା କରି

ପଙ୍ଗୁ ଲଂଘିପାରେ ସାତ ସମୁଦ୍ର ତେର ନଈ

ଅର୍ଥବ ଵି ଜିଣିପାରେ ସୁତୁଙ୍ଗ ହିମାଳୟ ଗିରି

ଥୁଣ୍ଟା ମନରେ

ଧୌର୍ଯ୍ୟ ଓ ସାହସ ଭରି

ସୃଷ୍ଟି କରାଯାଇ ପାରେ ସବୁଜ ରାଜି

ପାହାଡ଼ ଛାତିକୁ ଚିରିହୁଏ

ଛାତିକୁ ପଥର କରି

ମନକୁ ଟାଣ କରି

ପଥର ମଣିଷକୁ ପୁଣି

ବଦଲାଇ ଅମର ଦେବତା କରାଯାଇ ପାରେ

ଫଟା ହୃଦୟକୁ ଯୋଡ଼ିହୁଏ ଆଉଥରେ

ଭଙ୍ଗା ସପନକୁ

ସଜାଡ଼ି

ଦେଖିହୁଏ ସୁନା ସପନ

ଉଜୁଡ଼ି ଯାଇଥିବା ସଂସାରକୁ

ସମ୍ଭାଳି ହୁଏ

ଗଢ଼ିବାକୁ ସୁଖର ସଂସାର

ଅଦିନେ ଵି

ଜିଣି ହୁଏ

ବିପଦର ରଣ ହୁଙ୍କାର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational