ପ୍ରତୀକ୍ଷାରେ*********
ପ୍ରତୀକ୍ଷାରେ*********
ଅନୁଢ଼ା କିଶୋରୀ ମନ ପ୍ରୀତିପର୍ଣ୍ଣା ସାଜି
ଅବ୍ୟକ୍ତ ଭାବନା କୂଳେ ଯାଇଅଛି ମଜ୍ଜି
ଅଜଣା ଆବେଗେ ହୃଦେ ଶିହରଣ ଖେଳି
କାହାପାଇଁ ପ୍ରତୀକ୍ଷାରେ ହେଉଅଛି ଭାଳି ।
ଶୂନ୍ୟତାରେ ଭିଜେ ହୃଦ ନିଃସଙ୍ଗ ଜୀବନ
ବିରହର ଗୀତ ଗାଏ ଅସ୍ଥିର ଯୌବନ
ବ୍ୟାକୁଳ ପରାଣ ଖୋଜେ କାହାର ଆତିଥ୍ୟ
ବିଶ୍ୱାସର ହାତଧରି ଚାଲିବାକୁ ପଥ ।
ଋତୁ ପରେ ଋତୁ ବୋଳେ ଭିନ୍ନ ଅନୁଭୂତି
କାମନାର ଛବି ଆଙ୍କେ ପଲକରେ ପ୍ରୀତି
ସ୍ୱପ୍ନ ସୁଖେ ସ୍ମିତହାସ୍ୟ ଓଠଧାରେ ମାଖି
ପ୍ରୀତିସ୍ପର୍ଶ ଅବଶୋଷ ଲୁହ ଭରା ଆଖି ।
ପ୍ରୀତି ଦହନରେ ଦଗ୍ଧ ରୂପସୀ ମରମ
କିଏ ସିଏ ଯାଦୁଗର ସାଜିବେ ମଲମ ।