STORYMIRROR

Dharmaraj Majhi

Romance Tragedy

3  

Dharmaraj Majhi

Romance Tragedy

ପ୍ରତୀକ୍ଷା

ପ୍ରତୀକ୍ଷା

1 min
423

ଅକ୍ତାମାକ୍ତା 

ତୁମ ସ୍ମୃତିରେ

ବିମୋହିତ 

ଦେହର ବାସ୍ନାରେ

ଶୁଣିଛି ତୁମେ ଆସୁଛ 

ଏଥର 

ହୋଲିରେ !!


"ଫଗୁଣରେ ଫଗୁ ଖେଳିବ,

ଅନେକ ରଙ୍ଗରେ ରଙ୍ଗାୟିତ କରିବ"

ତୁମ ପ୍ରିୟ ନୀଳ ଆଉ ସବୁଜ ରଙ୍ଗରେ ନୁହେଁ

ପାଦରେ ଲାଲ ରଙ୍ଗର ମୁରୁଜ

ଇଛା ହୁଏ ସୀମାନ୍ତରେ ମୁଣ୍ଡାନ୍ତି

ଭୋର ଆଉ ସଞ୍ଜ ର ରକ୍ତିମ ସୂର୍ଯ୍ୟ !!


ସେଇ ଦିନ ଠୁ ,

ଫୁଟି ଚାଲିଛି ପଳାଶ,

 ବିରହ ଜ୍ୱାଳାରେ ,

ପାଖୁଡ଼ାରେ ଲେଲିହାନ୍ ନିଆଁ ନେଇ,

କାଗଜ ଫୁଲ ବି ମୁଣ୍ଡେଇଛି,

 ଅପବାଦର ବୋଝ !

ପାଣିଚିଆ ରଙ୍ଗରେ,


ସୁରଭି ଆସିବ;

ଏ ବିଶ୍ଵାସରେ,

 ପ୍ରତି ଫଗୁଣରେ

 ସେ ପ୍ରତୀକ୍ଷା

ହେଲେ ସୁରଭି ଆଉ ତୁମର

 ଫେରିବା ହେଲାଣି..!!

ଆଉ ମୋ ପ୍ରତୀକ୍ଷାର ଅନ୍ତ ହେଲାଣି !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance