STORYMIRROR

Tapan Kumar Biswal

Drama Inspirational Thriller

3  

Tapan Kumar Biswal

Drama Inspirational Thriller

ପ୍ରତିଧ୍ବନି

ପ୍ରତିଧ୍ବନି

1 min
11.9K

ଆଉ ବେଶି ଡେରି ନୁହେଁ

ନିଶ୍ଚିତ ହାତ ପାହାନ୍ତାରେ

ଶୁଣି ପାରୁଛ କି ତାର

ପ୍ରତିଧ୍ବନି ll


ନିରବ ରୁହ

ନିଶ୍ଚିତ ଭାବେ ଶୁଣି ପାରିବ

ତାର ପ୍ରତିଧ୍ବନି

ଏବେ ମଧ୍ୟ ଶୁଭୁଛି ll


ଆଉ ଦେଖାଅ ନାଁ 

ତୁମର ସେ ମିଛ ହସ ହସ ମୁହଁ

ଦେଖିଲେ ଲାଜ ଲାଗୁଛି

ଘୃଣା ଲାଗିବା କିଛି ବଡ଼ କଥା ନୁହେଁ ll


ତୁମ ମିଛ ଅଭିନୟ

ଆଉ ଲୋକଦେଖାଣିଆ ମିଛ ହସ

ଏବେ ଆଉ ବିଶ୍ୱାସଯୋଗ୍ୟ ନୁହଁ

ତୁମେ ଠିକ ଜାଣିଛ ll


କେହି ଜଣାଇବେ ନାହିଁ

ସମବେଦନା

ତୁମର ସେ ମିଛ

କୁମ୍ଭୀର କାନ୍ଦଣା ପାଇଁ ll


କିଛି ଜାଣିପାରୁନ ନା

ମିଛ ଅଭିନୟ ଆଉ ହସରେ

ସବୁ ଟାଳିଦେବାକୁ ଚାହିଁଛ

କିନ୍ତୁ କେତେ ଲାଭ କ୍ଷତି

ହିସାବ ତୁମ ପାଖରେ ଅଛି ll


ଏବେବି ସମୟ ଅଛି

ବଦଳି ଯିବାକୁ

ନହେଲେ ତୁମର ମିଛ ହସ 

ଦିନେ ମଧ୍ୟ ଫିକା ପଡିଯିବ ll


ପୁଣି ଥରେ ଶୁଣ ସେ

ପ୍ରତିଧ୍ବନିକୁ 

ତାକୁ ଆହ୍ୱାନ ଭାବି ପରିବର୍ତ୍ତନ କର

ନିଜକୁ 

ଯେଉଁଥିରେ ତୁମର ମଙ୍ଗଳ

ଏହା ହିଁ ସତ୍ୟ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama