STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ପ୍ରତି ରବ

ପ୍ରତି ରବ

1 min
13.9K


ଦୀପାଳି ଦାସ


ବିଜନତାରେ ବି କଥା ଶୁଭେ...

ଖଣ୍ଡେ ଦୂରରୁ ଠଉରେଇ ହୁଏ

କେଉଁ ନିଛାଟିଆ ପଣରଚାପା ଗୁଞ୍ଜନ

ଛିଣ୍ଡି ଯାଇଥିବା କୋଳାହଳର ପ୍ରତିଧ୍ଵନି ...

ହଲେଇ ଦେଇଯାଏ ଛାତିକୁ ତା’ ହାଜିରା ପକେଇ

ରେଜେଇ ତଳେ ବି ନିଃସଙ୍କୋଚ ଉପଦ୍ରବ ଶୀତର

ଯାବତୀୟ ନିରାକରଣ ପରେ ବି ...

ମାଡି ଯାଇଥିବା ଦୁଧିଆ ସକାଳର ଆର୍ଦ୍ରତା

ଚାରିଆଡ଼େ ଖେଳୁଥିବା ଜଳ ବିନ୍ଦୁ ବିନ୍ଦୁ

କେଣେ ପ୍ରତିଫଳିତ ପୁଣି କେଣେ ବିହ୍ଵଳିତ କାକରର ଭ୍ରାନ୍ତି

ଭିଜା ପଣତରେ ଛାପ କିଛି କଷ୍ଟର

ଘେରି ରହିଥିବା ନିରବତାର ବହଳି ଆରଙ୍ଗ...

କ୍ରମଶଃ ଜମି ଆସୁଥିବା କିଚିରମିଚିର ଧ୍ଵନି

ନିଜ ମଧ୍ୟରେ ଠୁଳେଇ ଯିବାର ପ୍ରକରଣ

ସେ କାଲୁଆ ନିରବତାର ସଙ୍ଗ...

ସବୁ ଲାଗେ ଗହଳିଆ-ଭାରି ଅସ୍ତିତ୍ଵରେ ଭରା

ଗୋଟିକ ପରେ ଆରଟିର ଅପେକ୍ଷାରେ ଜିଉଥିବା ମଣିଷ

ତା’ ସାଥିରେ ବତୁରୁଥିବା ମନ...

ସବୁରି ମଧ୍ୟ ଆପଣାର ଛାପ

ହାଲକା ପ୍ରତି ରବ... ପରିଚିତ ସ୍ଵରର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics