STORYMIRROR

ଲିମନ ଦିଦି

Abstract

3  

ଲିମନ ଦିଦି

Abstract

ପ୍ରଥମ ସ୍ପର୍ଶ

ପ୍ରଥମ ସ୍ପର୍ଶ

1 min
357


ପ୍ରଥମ ସ୍ପର୍ଶ ପାଇଥିଲି ଧାଇର

ଉଷ୍ମତା ତା' ବୁକୁର

ତା'ପରେ ଆଶା ଦିଦିଙ୍କ ସ୍ପର୍ଶ

ମାଆ ଅଚେତ ମୋର

ବାପା ଭିଡିଓ କଲରେ ଦେଖି

ବ୍ୟସ୍ତ ହୋଇଗଲେ କାର୍ଯ୍ଯରେ

ଜେଜେ-ଜେଜେମା ପାଖେ ନାହାଁନ୍ତି

ରହୁଛନ୍ତି ବୋଲି ଗାଆଁରେ

କାନ୍ଦିଲି ଜୋର୍ ରଡି ଛାଡି

ସ୍ପର୍ଶ ପାଇଲି ପ୍ଲାଷ୍ଟିକର

ତଥାପି ମାଆର ନିଦ ଭାଙ୍ଗିନି

ବିଚିତ୍ର କଳିର ବିଚାର

ମାଆ ପାଇଁ ଦାୟିତ୍ବବାନ ବାପା

ମୋ ପାଇଁ ରଖିଲେ ଆୟା

ଅବଚେତନରୁ ଚେତନ ଯାଏଁ

ଖୋଜୁଛି ପ୍ରଥମ ସ୍ପର୍ଶର କାୟା ।

            



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract