Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Romance Tragedy Fantasy

4  

Sunanda Mohanty

Romance Tragedy Fantasy

ପ୍ରଥମ ରାତିର ସ୍ବପ୍ନ କେତେ ବାକି

ପ୍ରଥମ ରାତିର ସ୍ବପ୍ନ କେତେ ବାକି

1 min
5



ପ୍ରଥମ ରାତିର ବର୍ଷା 

ଖିଲ ଖିଲ ହସୁଥିଲା ଆଞ୍ଜୁଳିରେ 

ଅଙ୍ଗୁଳିର ସ୍ବର୍ଣ୍ଣ ମୁଦି ଦେଖି 

କଣ ହେଲା ସଖି 

ସ୍ନେହର କଷଟିରେ ପିନ୍ଧାଇ ଦେଇଥିବା ଅଙ୍ଗୁଷ୍ଠିରେ 

ତୁମ ଲୁହ ସହି ହୁଏନା ଦେଖି 

ତୁମେ କଣ ଖୁସି ନୁହଁ ଅଗ୍ନିଙ୍କୁ ସାକ୍ଷୀ ରଖି 

ତୁମକୁ ଆଣିବାରେ ମନ ଜଉମୁଦ

 ଲଫାପାରେ ଯୋଖି 

ଆଞ୍ଜୁଳାର ଲୁହ ଭିତରେ ପୂନ୍ୟର ଦୀପ 

ଜଳୁଥିବା ଦେଖି 

କେହି ନୁହେଁ ପ୍ରତାରିତ ଏଠି ଏକଦମ ସତ 

 ଯାହା ଯାହା ଲେଖିଛି ବିହି ବହି ଦେଖି ଶିଖି

 ହେବାକୁ ଏଯାବତ ମାଖି 

ସେଇଥିରୁ ପ୍ରଥମ ପୃଷ୍ଠା ପ୍ରଥମ ରାତିରେ 

ଭାବନା ଆସନ୍ତା କାଲି ଉଷା କଣ ରଖିଥିବ ବାକି 

ସିନ୍ଦୁର ଶଙ୍ଖା ସହ ଉପହାର ପରେ 

ଉଷାର ଆଶା ଓ ଭରସାକୁ କେତେ ବା

 ପାରିଛି କେ ମାପି 

ସାଧବ ଝିଅ ଥିଲା ବଣିକର ପତ୍ନୀ ହେଲା 

ତଥାପି ଅଗ୍ନି ପରୀକ୍ଷା ନଦେବକି!

ସେ ନାରୀ କୁମୁଦିନୀ ନା କାରୁବାକି 

ଦେଖିବାକୁ ଲୁହରେ ଦେଉଛି ଲେଖି 

ଆକାଶରେ ଜହ୍ନ ସାଥେ କଥା ହେବାକୁ ଭଲପାଏ

କୁହ ସହିବ କି?

କିଛି ଉଣା ଅଧିକା ନାହିଁ ମାପି ଚୁପି ପରଖିବାକୁ 

ପୃଷ୍ଠାଏ ମାତ୍ର ସେ ପାରିବ ଆଜିକ ଲେଖି 

ବାକି ସବୁ ରାତି ଲେଖିନେବ କଥାଦେଇ 

ବର୍ଷାରେ ଆକାଶରେ କିଛିବି ରଖିନି ବାକି 

ତୁମେ ସିନା ଅହଲ୍ୟା ଅବା ଗୌରୀ 

କେମିତି ଜାଣିବି ଥରେ ପରଖିବା ନ ଶିଖି 

ନାରୀଟିର ତଣ୍ଟି ଯାଉଥିଲା ଶୁଖି 

ସତରେ ଏତେସବୁ ସେ ପାରିବତ

ଜହ୍ନକୁ ସାକ୍ଷୀ ରଖି 

ଆଖିପତା ଆସୁଥିଲା ମୁଦି 

ନିଜ ଲୁହ ନିଜେ ପିଇ ପ୍ରସ୍ତୁତିର ପୂର୍ବ ପୃଷ୍ଠା 

ପରପୃଷ୍ଠା ଗୁଡିକୁ ସଜାଡ଼ିବାରେ ଏତେ ବାକି

 ଅଧେ ସାକ୍ଷୀ ଯେମିତି ଅଧା ଚକା ଚକା ଆଖି 

କଥା ଦିଆନିଆ ହୁଏ ପାହିଯାଏ ରାତି 

କାଉର ପ୍ରଥମ ସ୍ୱର ନିଦ ପଡେ ଭାଜି 

ଭିଜି ଭିଜି ଆସନ୍ତା ଦିନର ପୃଷ୍ଠା ସବୁକୁ ଖୋଜି 

ଏମିତି ହୂଏକି ଏ ପ୍ରଥମ ଅଙ୍କର ପ୍ରଥମ ଦୃଶ୍ୟରେ କିଏ ଦେଇପାରିବ ଉତ୍ତର ସୁଖୀ ନା ଦୁଃଖୀ 

ନା ଜୀଵନ ଜଞ୍ଜାଳ ଭିତରେ ଯିଏ ପାରିଛି 

କିଛି କିଛି ଗଳ୍ପ ଗୀତ ଲେଖି ।


Rate this content
Log in

Similar oriya poem from Romance