ପ୍ରଥମ ପୁରୁଷ
ପ୍ରଥମ ପୁରୁଷ
ତୁମ ସହ ଯେବେ
ଦେଖା ହୋଇଥିଲା
ଜୀବନେ ପ୍ରଥମ ଥର
ଅଲିଭା ସେ ସ୍ମୃତି
ଆପଣାର ଭାବ
ହୃଦୟେ ହେଲା ମୋ
ଅଲିଭା ଗାର
ମନେ ନାହିଁ ମୋର
ଦିନ, ବାର ,ମାସ
ହେଲେ ମନେ ଅଛି ତୁମ
ପ୍ରଥମ ଛୁଆଁ
ସେଇ ଟିକେ ଛୁଆଁ
ମୋ ସରଳ ହୃଦୟେ
ଜାଳି ଦେଇଥିଲା
ପ୍ରେମର ନିଆଁ
ସମୟ ସହିତ ହାତ ମିଳାଇଲି
ଆପଣାଇ ନେଲି ତୁମରି ପ୍ରେମ
ହୃଦୟେ ବଢିଲା ପ୍ରୀତି ଗଭୀରତା
ମନରେ ଉଠିଲା ମାନ ଅଭିମାନ
ସପନେ ହଜିଲି ତୁମରି ପ୍ରୀତିରେ
ଗୋପନେ ଚାହିଁଲି ତୁମ ପରଶ
ସପନରୁ ଦିନେ ଦୂରେଇ ଯାଇ ମୁଁ
ବାନ୍ଧିଲି ତୁମକୁ ନିବିଡ ଆଶ୍ଳେସେ
ତୁମ ହାତ ସହ ମୋ ହାତ ଛନ୍ଦିଲି
କଲି ତୁମକୁ ମୁଁ ଆପଣାର
ପ୍ରେମର ରଜ୍ଜୁରେ ବାନ୍ଧି ହେଲେ ଆମେ
ଗଢିବା ପାଇଁ ସୁନା ସଂସାର
ତୁମ ଦେହ ତୁମ ମନ ମୋ ପାଇଁ
ସଜ ଫୁଟା ଫୁଲ ସବୁବେଳେ
ତୁମେ ମୋ ହୃଦୟ ପ୍ରଥମ ପୁରୁଷ
ରହିଥିବ କାଳେ କାଳେ ।

