STORYMIRROR

SADASIBA NAYAK

Romance

3  

SADASIBA NAYAK

Romance

ପ୍ରଥମ ପ୍ରେୟସୀ

ପ୍ରଥମ ପ୍ରେୟସୀ

1 min
222

ହେ ପ୍ରେୟସୀ,

ମନ ଭିତରେ ବାନ୍ଧି ଥିବା ଅଦମ୍ୟ ଆଙ୍କାକ୍ଷା କୁ

ପୁନଃ ପୁନଃ ପ୍ରଶ୍ନବାଣ ରେ କଲି କ୍ଷତବିକ୍ଷତ

ତୁମର ରୂପ ଗୁଣଚର୍ଯ୍ୟା ମନକୁ କରୁଥିଲା ଆନ୍ଦୋଳିତ

ତଥାପି ମୋର ପ୍ରେମକୁ କରିବାକୁ ପରିପ୍ରକାଶ

ତୁମର ସ୍ମିତହାସ୍ୟ ସାମନାରେ

ପ୍ରେମଭିକ୍ଷା ପାଇଁ କରିଥିଲି ପ୍ରୟାଶ

ତୁମର କଟାକ୍ଷ ଚାହାଣୀ ସୃଷ୍ଟି କରୁଥିଲା ଶିହରଣ

ପୁଲକିତ ବଦନରୁ ମିଳୁଥିଲା ସ୍ବୀକୃତି ର ଆଭାସମାନ

ତୁମେ ଦେଇଥିବା ସମ୍ମତିକୁ ମୁଁ ସାଦରେ କରୁଛି ଗ୍ରହଣ

ତୁମେ ମୋର ଓ ମୁଁ ତୁମର ସାଥି ଥିବା ଜନମ ଜନମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance