STORYMIRROR

Ghanashyam Biswal

Romance

2  

Ghanashyam Biswal

Romance

ପ୍ରଥମ ପ୍ରେମର ରଙ୍ଗ

ପ୍ରଥମ ପ୍ରେମର ରଙ୍ଗ

1 min
2.8K

ଆସିଲୁ ଜୀବନେ ମୋର ପରୀ ଟେ ହୋଇ

ନିଜକୁ ଭୁଲିଲି ଧନ ତୋତେ ଲୋ ପାଇ

ଜୀବନଟା ଲାଗେ ଆଜି କେତେ ନିଆରା

ଦିନ ରାତି ଆଖି ଝୁରେ ତୋ ସୁନା ଚେହେରା

ମୋ ଦୁନିଆ ମୋ ସପନ ଆଜି ହେଇ ତ ଗଲୁ

ଟାଙ୍ଗରା ମନରେ ଫୁଲ ହୋଇ ଫୁଟିଲୁ

ଦିନ ସରେ ଭାବି କେତେ ସୁନା ସପନ

ମନ ରାଣୀ ହୋଇ କେବେ ଆସିବୁ ଧନ

ଜହ୍ନକୁ କହିଛି ଜୋଛନା ଆଣିବ

ତୋ ମୁହଁରେ ଦିବାନିଶି ଝଟକୁଥିବ

ତାରା ମାନେ ଦେଇଛନ୍ତି ଆସିବେ ପୁଣି

ତୋ ଗଭାରେ ହସୁଥିବେ ତୋ ମନକୁ କିଣି

ଫୁଲକୁ କହିଛି ଦେବ କେତେ ସୁବାସ

ତୋ ଓଠରେ ଦେଖିବାକୁ ମୁରୁକି ହସ

ଶ୍ରାବଣ ଆସିବ ନେଇ ବରଷା ରାଣୀ

ଭିଜେଇବ ତୋର ଦେହ ହସିବୁ ପୁଣି

ବସନ୍ତ ଦେଇଛି କଥା ନିଶ୍ଚେ ଆସିବ

ତୋ ମନ ଅଗଣାରେ ନିତି ମହକୁ ଥିବ

ଇନ୍ଦ୍ରଧନୁ କେତେ ରଙ୍ଗ ନେଇ ଆସିବ

ତୋ ଦୁନିଆ ସତରଙ୍ଗେ ସଜେଇଦେବ

ଆସିବୁ ତୁ ମୋ ଜୀବନେ ସାଥିଟେ ହୋଇ

ସୁନା ସଂସାର ଗଢିବା ଆମେ ପ୍ରେମ ଚଢେଇ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance